ଓଡିଶା

କଣ୍ଟେନରକୁ ପିଟିଲା କାର, ୧ ମୃତ ୩ ଗୁରୁତର

(ମହାଭାରତ, ଭଦ୍ରକ): ଭଦ୍ରକ ଜିଲ୍ଲା ଚରମ୍ପା ରେଲୱେ ଓଭର ବ୍ରିଜ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ରାସ୍ତା ପାଶ୍ୱର୍ରେ ଠିଆ ହୋଇଥିବା ଏକ କଣ୍ଟେନରକୁ ଏକ କାର ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୩ଜଣ ଗୁରତର ହୋଇଛନ୍ତି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମୃତକ ଜଣକ ବାସୁଦେବପୁର ଅଧିନ ସୁରେଶପୁର ଗାଁର କଟି ମଲ୍ଲିକ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କଟିଙ୍କ ସମେତ ୩ ଜଣ ବ୍ୟକ୍ତି କାର ଯୋଗେ ଭଦ୍ରକରୁ ବାସୁଦେବପୁର ଫେରୁଥିଲେ । ଏହି ସମୟରେ ଚରମ୍ପା ରେଲୱେ ଓଭର ବ୍ରିଜ ନିକଟରେ ରାସ୍ତା ପାଶ୍ୱର୍ରେ ଠିଆ ହୋଇଥିବା ଏକ କଣ୍ଟେନରକୁ ପଛ ପଟୁ କାରଟି ଧକ୍କା ଦେଇଥିଲା । କାର ଭିତରେ ଥିବା ୪ଜଣ ବ୍ୟକ୍ତି ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀର ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଘଟଣାସ୍ଥଳରେ କଟିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ୩ ଜଣଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୂର୍ଘଟଣା ବେଳେ କଣ୍ଟେନରରେ କେହି ନଥିବା ଜଣାପଡିଛି । ପୋଲିସ ଘଟଣାର ତନନ୍ତ କରୁଛି ।

Related posts

କେନ୍ଦ୍ର ନିର୍ଦ୍ଦେଶ କ୍ରମେ ମାସ୍କ କିଣାଯାଇଛି: ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews

ଘନ କୁହୁଡ଼ି ହେତୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ବିଜ୍ଞାନ ପ୍ରଦର୍ଶନୀ ଓ ବକ୍ତୃତା ପ୍ରତିଯୋଗିତାର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews