ଓଡିଶା

ଆଜି ବିଗ୍ରହଙ୍କର ରଥରେ ଅଧର ପଣା ନୀତି

(ପୁରୀ) : ଆଜି ଅର୍ଥାତ ଦ୍ବାଦଶୀ ତିଥିରେ ମହାପ୍ରଭୁଙ୍କ ରଥ ଉପରେ ହେବ ଅଧରପଣା। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହେବାପରେ ରଥର ପାର୍ଶ୍ବ ଦେବଦେବୀ ଓ ଚଣ୍ଡୀଚାମୁ୍ଣ୍ଡାଙ୍କ ଲାଗି ଭଙ୍ଗାଯିବ ଅଧର ହାଣ୍ଡି। ମହାପ୍ରଭୁଙ୍କର ଏହି ଲୀଳା ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।  ଯେଉଁଥି ପାଇଁ ପ୍ରଶାସନ ମଧ୍ୟ ସଜାଗ ରହିଥିବା ଜଣାପଡିଛି ।

ସୂଚନାନୁଯାୟୀ , ରାତି ୮ଟା ସୁଦ୍ଧା ତିନି ରଥରେ ଅଧରପଣା ନୀତି ଶେଷ ପରେ ୯ଟା ସୁଦ୍ଧା ମହାସ୍ନାନ ଶେଷ ହେବ। ପରେ ରାତି ୧୦ଟାରେ ମଇଲମ, ବେଶ, ସାଢ଼େ ୧୦ଟାରେ ସଂଧ୍ୟା ଆଳତି, ରାତି ୧୧ଟାରୁ ୧୨ଟା ଭିତରେ ସଂଧ୍ୟା ଧୂପ, ସାଢ଼େ ୧୨ଟାରେ ମଇଲମ, ଚନ୍ଦନ ଲାଗି, ରାତି ଗୋଟାଏରେ ବଡସିଂହାର ବେଶ, ରାତି ସାଢ଼େ ଗୋଟାଏରେ ବଡସିଂହାର ଭୋଗ ଓ ରାତି ୨ଟାରେ ପହୁଡ଼ ନୀତି ଅନୁଷ୍ଠିତ ହେବ।

 

 

 

Related posts

ବଢୁଛି ମାଓହିଂସା : ଭୁରୁଷିଖମା ଛକରେ ଲଗାଇଲେ ପୋଷ୍ଟର

mahabharatanews

ଦୁଇ ଵେଆଇନ କରତକଳ ଉପରେ ଚଢାଉ, ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

mahabharatanews

ଲତା ମଙ୍ଗେସକରଙ୍କ ଜନ୍ମ ଦିନରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

mahabharatanews