ଓଡିଶା

କ୍ଷେପଣାସ୍ତ୍ର ‘ସାଗରିକା’ର ସଫଳ ପରୀକ୍ଷଣ

(ବାଲେଶ୍ଵର) :  ସ୍ଥଳଭାଗ ପାଇଁ ଉପଯୋଗୀ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ସାଗରିକା’ର ସଫଳ ପରୀକ୍ଷଣ। ଶନିବାର ଧାମରାର ଅବଦୁଲ କଲାମ ଦ୍ୱୀପରୁ ସନ୍ଧ୍ୟା ୬ଟା ୫୫ରେ ୪ ନମ୍ବର ଲଞ୍ଚ ପ୍ୟାଡରୁ ଏହି ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ପରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଶକ୍ତିଶାଳୀ ହେବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି ।

ଏହି କ୍ଷେପଣାସ୍ତ୍ର ୭୫୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ । ଏହି ବାଲାଷ୍ଟିକ୍ ମିସାଇଲ ପରୀକ୍ଷଣ ସମୟରେ ଡିଆରଡିଓ, ଭାରତୀୟ ନୌସେନାର ବହୁ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ । ପୂର୍ବରୁ ଏହି କ୍ଷେପଣାସ୍ତ୍ର ସାଗରିକାକୁ ପ୍ରତିରକ୍ଷା ବିଭାଗ ନୌସେନାରୁ ବ୍ୟବହାର କରାଯାଇଥିଲା ।

 ଅନ୍ୟପଟେ  ଜୁଲାଇ ମଧ୍ୟଭାଗରେ ଚନ୍ଦ୍ରଯାନ-୩ ଲଞ୍ଚ୍‌ ହେବ। ଏନେଇ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ଅଧ୍ୟକ୍ଷ ଏସ୍‌ ସୋମନାଥ ଏହି ସୂଚନା ଦେଇଥିଲେ । ୪ ବର୍ଷ ପୂର୍ବେ ଚନ୍ଦ୍ରଯାନ-୨ ମିସନ ବିଫଳ ହେବାପରେ ଚନ୍ଦ୍ରଯାନ-୩ ମିସନ୍‌ ଆରମ୍ଭ ହୋଇଥିଲା।

Related posts

ଛଅଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

mahabharatanews

ନବୀନଙ୍କ ନୂଆ ଟିମ : ମନ୍ତ୍ରୀମଣ୍ଡଳରେ ପ୍ରଥମେ ଶପଥ ନେଲେ ଜଗନ୍ନାଥ ସାରକା 

mahabharatanews

ମୃତ ଦେହ ଉଦ୍ଧାର

mahabharatanews