ଓଡିଶା

ମଦ୍ୟପଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ଜନତା

(ମହାଭାରତ /ଗୋପ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳରେ ପ୍ରଶାସନିକ ନିରବତାକୁ ନେଇ ଦିନକୁ ଦିନ ନିଶାଡିଙ୍କ ଦୌରାତ୍ମ୍ୟ ବଡିବାରେ ଲାଗିଛି । ମଦ୍ୟପାନ କରି ମଦ୍ୟପମାନେ ନିଜର ହିତାହିତ ଜ୍ଞାନ ହରାଇ ବିଭିନ୍ନ ଅପରାଧିକ କାଣ୍ଡ ଭିଆଉଛନ୍ତି । କିଏ ରାସ୍ତା ଉପରେ ଯାତାୟାତ କରୁଥିବା ଲୋକଙ୍କୁ ନାନା ଭାବରେ ଗାଳିମନ୍ଦ କରୁଛନ୍ତି ତ କିଏ ନିଶାରେ ନିଜର ଜ୍ଞାନ ହରାଇ ରାସ୍ତା ଉପରେ ନଗ୍ନ ଅବସ୍ଥାରେ ପଡି ରହୁଛି ।
ରେଳୱ ଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିରପାଖ, ବନପୁରଛକ, ନଡିଅ । ମାର୍କେଟ, କଲେଜରୋଡ ସହିତ ବିଭିନ୍ନ ଗାଁ ଗଣ୍ଡାରେ ଏବେ ଖୋଲାଖୋଲି ଭାବେ ନିଶା କାରବାର ଯୋରସୋର •ଲିଛି । ଲୋକମାନଙ୍କ ହାତ ପାହାନ୍ତାରେ ମଦ, ଗଞ୍ଜେଇ, ଭାଙ୍ଗ, ପାଉଡର ଭଳି ନିଶା ମିଳୁଛି । ସ୍ଥାନୀୟ ପ୍ରଶାସନର ସ୍ଥାଣୁତା ଯୋଗୁ ଏହି ନିଶା ବେପାରୀମାନେ ନିଜର କାୟା ବିସ୍ତାର କରି •ଲିଛନ୍ତି । ଛୋଟ ପାନ ଦୋକାନଠାରୁ ଆରମ୍ଭ କରି ହୋଟେଲ ଆଦିରେ ସବୁ ପ୍ରକାର ନିଶା ଦ୍ରବ୍ୟ ମିଳୁଛି ଓ ନିଶାଡିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ରାସ୍ତାରେ ଝିଅ ବୋହୂମାନେ ସଂଧ୍ୟା ହେଲେ ବାହାରିବାକୁ ନିରାପଦ ମଣୁ ନାହାନ୍ତି । ସେହିପରି ମନ୍ଦିର ବାଇପାସ ରାସ୍ତାରେ ବିଅର ପାଲର ଯୋଗୁ ସେଠାରେ କଲେଜ ଛାତ୍ରୀମାନେ ଯିବା ଅ ।ସିବା କରିବା ସମୟରେ ମଦୁଅ ।ଙ୍କ ଅସଦାଚରଣର ଶିକାର ହେଉଥିôବା ଅଭିଯୋଗ ମାନ ହେଉଛି । ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
ଜଣେ ଯୁବକ ଅତ୍ୟଧିକ ମଦ ପିଇ ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ଚନ୍ଦନପୋଖରୀ ପାଖରେ ରାସ୍ତା ଉପରେ ତଳେ ପଡି ଯାଇଥିଲେ । ଏହିପରି ଦୃଶ୍ୟ ଅଧିକାଂଶ ସମୟରେ ସାକ୍ଷୀଗୋପାଳରେ ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ମନ୍ଦିରକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ତୀର୍ଥଯାତ୍ରୀ ବସ ଅ ।ସୁଛନ୍ତି । ଏହି ନିଶାଖୋର ଯୁବକମାନଙ୍କ ଯୋଗୁ ତୀର୍ଥଯାତ୍ରୀ ହଇରାଣ ହରକତ ହେଉଛନ୍ତି କିନ୍ତୁ ସବୁ ଦେଖି ମଧ୍ୟ ପୁଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ପୁଲିସ ପ୍ରଶାସନର ସ୍ଥାଣୁତାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହିପରି ସ୍ଥିତି ଲାଗି ରହିଲେ ଲୋକେ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Related posts

 ଧୁଆଁମୟ ଦୀପାବଳି ପାଳିଲେ ଟ୍ୱିନ୍ ସିଟିବାସୀ 

mahabharatanews

କେଉଁଝର ଦୁର୍ଘଟଣା : ପୀଡ଼ିତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଆଜି ରଥଯାତ୍ରା ଦେଖିବେ ଶ୍ରୀ ବୈଷ୍ଣବ

mahabharatanews

Leave a Comment