ଭାରତ

୧୩ରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୩

(ଦିଲ୍ଲୀ) : ଜୁଲାଇ ମଧ୍ୟଭାଗରେ ଚନ୍ଦ୍ରଯାନ-୩ ଲଞ୍ଚ୍‌ ହେବ। ଏନେଇ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ଅଧ୍ୟକ୍ଷ ଏସ୍‌ ସୋମନାଥ ସୂଚନା ଦେଇଛନ୍ତି। ୪ ବର୍ଷ ପୂର୍ବେ ଚନ୍ଦ୍ରଯାନ-୨ ମିସନ ବିଫଳ ହେବାପରେ ଚନ୍ଦ୍ରଯାନ-୩ ମିସନ୍‌ ଆରମ୍ଭ ହୋଇଥିଲା। ଏହା ସଫଳ ଭାବେ ଚନ୍ଦ୍ରପୃଷ୍ଠରେ ଅବସ୍ଥାପିତ ହେବ ବୋଲି ଇସ୍ରୋ ଅଧିକାରୀମାନେ ଆଶା ପୋଷଣ କରିଛନ୍ତି। ଏହି ମିସନ୍‌ ପାଇଁ ବଜେଟ୍‌ ରହିଛି ୬୧୫ କୋଟି ଟଙ୍କା।

ଏସ୍‌ ସୋମନାଥ କହିଛନ୍ତି, ଚନ୍ଦ୍ରଯାନ ୩ ମହାକାଶ ଯାନ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛି। ଆମେ ସବୁପ୍ରକାର ଟେଷ୍ଟିଂ ଶେଷ କରିଛୁ। ଜୁଲାଇ ୧୩ରେ ଚନ୍ଦ୍ରଯାନ-୩ ଲଞ୍ଚ୍‌ ହେବ। ତେବେ ସମସ୍ତ ପ୍ରକାର ପରୀକ୍ଷଣ ଶେଷ ହେବାପରେ ସଠିକ୍‌ ତାରିଖ ଘୋଷଣା ହେବ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି। ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ ଯାନ ମାର୍କ-୩ରେ ଚନ୍ଦ୍ରଯାନ ୩ ଲଞ୍ଚ୍‌ ହେବ।

 

Related posts

ସଲମାନ ଓ ତାଙ୍କ ପ୍ରେମକୁ ନେଇ ମୁହଁ ଖୋଲିଲେ ଏଶ୍ୱର୍ଯ୍ୟା

mahabharatanews

ଭାଙ୍ଗିଲା ରାଘବ ଚଢାଙ୍କ ନିରବତା

mahabharatanews

 ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩

mahabharatanews