ଭାରତ

୧ରେ ସାଧାରଣ ବଜେଟ୍

(ଦିଲ୍ଲୀ) :  ଫେବ୍ରୁଆରୀ ୧ ତାରିଖରେ ସାଧାରଣ ବଜେଟ୍ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଙ୍ଗଳବାର ସଂସଦର ଉଭୟ ଗୃହରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଲଗାତର ଷଷ୍ଠ ଥର ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗକୁ ନିର୍ବାଚନ ତେଣୁ ଏହା କାମଚଳା ହେବା ସତ୍ୱେ ଲୋକଭିମୁଖୀ ହେବା ନେଇ ଆଶା କରାଯାଉଛି ।

ସୂଚନାନୁଯାୟୀ , ଲୋକସଭା ନିର୍ବାଚନ ପୂର୍ବରୁ ଏହି ବଜେଟ୍ ଅଧିବେଶନ ୩୧ ଜାନୁୟାରୀରୁ ଆରମ୍ଭ ହୋଇ ୯ଫେବୃଆରୀରେ ଶେଷ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂସଦର ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିବା ପରେ ବଜେଟ୍ ଅଧିବେଶନ ଆରମ୍ଭ ହେବ । ନିର୍ବାଚନ ପରେ ନୂତନ ସରକାର ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପ୍ରତ୍ୟେକ ଅଧିବେଶନ ପୂର୍ବରୁ ଏକ ପ୍ରକାର ପାରମ୍ପାରିକ ବୈଠକ ଅନୁଷ୍ଠିତ ହୋଇଥାଏ । ଏହି ବୈଠକରେ ବିଭିନ୍ନ ଦଳର ନେତାମାନେ ସଂସଦରେ ଉଠାଇବାକୁ ଚାହୁଁଥିବା ପ୍ରସଙ୍ଗଗୁଡିକ ଉପସ୍ଥାପନ କରିଛନ୍ତି। ଏଥିସହ ସରକାର ସେମାନଙ୍କୁ ନିଜ ଏଜେଣ୍ଡା ବିଷୟରେ ସୂଚନା ମଧ୍ୟ ଦେବେ ।

Related posts

‘ହିମାଚଳରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ ‘;  ମୁଖ୍ୟମନ୍ତ୍ରୀ

mahabharatanews

କେ କବିତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ ଖାରଜ

mahabharatanews

ହଠାତ୍ ଜଳ ସ୍ତରର ବୃଦ୍ଧି ହେବାରୁ ଗଙ୍ଗାରେ ବୁଡିଗଲେ ୬ ନାବାଳକ, ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

mahabharatanews