ଭାରତ

ଇସ୍ରାଏଲର ଡ୍ରୋନ ଆକ୍ରମଣରେ ୮ ମୃତ

(ଦିଲ୍ଲୀ) : ଇସ୍ରାଏଲୀ ସେନା ସୋମବାର ୱେଷ୍ଟ ବ୍ୟାଙ୍କର ଜେନିନ ସହର ଉପରେ ଡ୍ରୋନ ଆକ୍ରମଣ କରିଛି। ଫଳରେ ୮ ଜଣ ପାଲେଷ୍ଟେନୀୟଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲୀ ସେନା ଏବଂ ଜେନିନ ବିଗ୍ରେଡ ମଧ୍ୟରେ ଦିନସାରା ଗୁଳିଗୋଳା ବର୍ଷା ଚାଲିଛି।

 ସୂଚନାନୁଯାୟୀ , ଶିବିରକୁ ଟାର୍ଗେଟ କରି ଆକାଶ ମାର୍ଗରୁ ଇସ୍ରାଏଲ ଆକ୍ରମଣ କରିଛି। ସକାଳେ ସହରରେ ଅତିକମରେ ୬ଟି ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ସହରର ପ୍ରାୟ ଅଧ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ୧୪ ହଜାର ପାଖାପାଖି ଶରଣାର୍ଥୀ ବାସ କରୁଛନ୍ତି।

Related posts

ଆହୁରି ଦୁର୍ବଳ ହେବ ବାତ୍ୟା ‘ରେମାଲ’

mahabharatanews

ନିର୍ବାଚନ ଲଢ଼ିବେ ଲାଲୁ ଯାଦବଙ୍କ ଦୁଇ ଝିଅ 

mahabharatanews

୨୪ ଘଣ୍ଟାରେ ଦେଶରୁ ୧,୨୭୨ କରୋନା ସଂକ୍ରମିତ ଚିହ୍ନଟ

mahabharatanews