ଭାରତ

ପ୍ରଥମ ପର୍ଯ୍ୟାୟ ସରିଲା ପ୍ରଚାର 

(ଦିଲ୍ଲୀ):  ଲୋକସଭା ନିର୍ବାଚନ-୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତା ୧୯ ତାରିଖ ଦିନ ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ୧୦୨ଟି ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ହେବ। ଏଥର ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ଜୁନ୍‌ ୧ରେ ମତଦାନ ପ୍ରକ୍ରିୟା ଶେଷ ହେବ ଏବଂ ଜୁନ୍‌ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ।

ସୂଚନାନୁଯାୟୀ ,  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିବସରେ ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସ ପକ୍ଷରୁ ମାରାଥନ ପ୍ରଚାର ଦେଖିବାକୁ ମିଳିଛି। ଉଭୟ ଦଳର ବରିଷ୍ଠ ନେତାମାନେ ବିଭିନ୍ନ ରାଜ୍ୟରେ ରୢାଲି, ରୋଡ୍‌ ସୋ ଏବଂ ଘରକୁ ଘର ପ୍ରଚାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ଓ ତ୍ରିପୁରାରେ ୨ଟି ମେଗା ରୢାଲିରେ ଉଦ୍‌ବୋଧନ ଦେଇଛନ୍ତି।

Related posts

ଅସୁସ୍ଥତା ହେତୁ ଖେଳିବେନି ନୀରଜ ଚୋପ୍ରା; ୨୦ ଦିନ ପର୍ଯ୍ୟନ୍ତ ବିଶ୍ରାମ

mahabharatanews

ଆଜି ତେଲେଙ୍ଗାନା ନିର୍ବାଚନ; ଲାଇନରେ ସାଉଥ୍‌ ସୁପର୍‌ଷ୍ଟାର୍

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ  ୧,୦୨୧ କରୋନା ସଂକ୍ରମିତ ଚିହ୍ନଟ 

mahabharatanews