ମନୋରଞ୍ଜନ

ଆଉ ନାହାନ୍ତି ଅଭିନେତା ହରିଶ ମେଗନ

(ମୁମ୍ବାଇ) : ଆଖିବୁଜିଲେ ‘ଗୋଲମାଲ’ ଏବଂ ‘ନମକ ହଲାଲ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ହରିଶ ମେଗନଙ୍କ ଦେହାନ୍ତ ହୋଇଛି। ସେ ୭୬ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ତାଙ୍କ ମୃତ୍ୟୁର କାରଣ ଜଣା ପଡି ନଥିବାବେଳେ ବୟସ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି।

ସୂଚନାନୁଯାୟୀ , ଜୁଲାଇ ୧ରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଫିଲ୍ମ ‘ଗୋଲମାଲ’ରେ ତାଙ୍କର ଚମତ୍କାର ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଥିଲା। ତାଙ୍କର ଚରିତ୍ର ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିଥିଲା। ନ୍ଦୀ ସିନେମାରେ ସେ ପ୍ରାୟତଃ ସହ କଳାକାର ଭାବରେ କାମ କରିଥିଲେ ବି ତାଙ୍କ ଚରିତ୍ରଗୁଡ଼ିବ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିଲା। ସେ ଅଭିନୟ କରିିଥିବା ଲୋକପ୍ରିୟ ଫିଲ୍ମଗୁଡ଼ିକ ହେଲା, ନମକ ହଲାଲ, ଚୁପକେ ଚୁପକେ, ଖୁସବୁ, ଇନକାର, ମୁକଦ୍ଦର କା ସିକନ୍ଦର, ଗୋଲମାଲ ଏବଂ ଶେହନସା। ଅଭିନୟରୁ ଅବସର ନେବା ପୂର୍ବରୁ ମେଗନଙ୍କ ଅନ୍ତିମ ଚଳଚ୍ଚିତ୍ର ଥିଲା ଉଫ୍! ୟେ ମହବତ।

 

Related posts

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ‘ନେକଲେସ୍‌’ 

mahabharatanews

କ୍ୟାଟ୍ରିନାଙ୍କ ସହ ଫିଲ୍ମ ‘ଟାଇଗର ୪’ ଘୋଷଣା

mahabharatanews

ରିଲିଜ୍ ହେଲା ‘Pushpa 2’ର ଦ୍ୱିତୀୟ ଗୀତ

mahabharatanews