ଓଡିଶା

ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବିଷ୍ଣୁ ଦାସଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ପାଳନ ସହ ପ୍ରତିମୂର୍ତ୍ତି ଉନ୍ମୋଚନ

ଜଗତସିଂହପୁର/ପ୍ରତାପ କୁମାର ସିଂ: ଜଗତସିଂହପୁରର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବିଷ୍ଣୁ ଦାଶଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉତ୍ସବ ତାଙ୍କ ଜଗତସିଂହପୁରସ୍ଥିତ ନିଜ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ବର୍ଗତ ବିଷ୍ଣୁ ଦାସଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ୟ୍ୟକ୍ରମକୁ ବିଷ୍ଣୁ ଦାସଙ୍କ ସହଧର୍ମିଣୀ ଫିତା କାଟି ଉନ୍ମୋଚନ କରିଥିଲେ । ଅନୁଷ୍ଠିତ ଏହି କାର୍ୟ୍ୟକ୍ରମ ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ରାଜନେତା ,ଦଳୀୟକର୍ମୀ ଓ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତ ଦାସଙ୍କ ପର୍ତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ଦାସଙ୍କ ସୁପୁତ୍ର ତଥା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ , ବିଜେଡି ନେତା ଦୀପ୍ତି ଦାସ ,ପ୍ରିୟବ୍ରତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉନ୍ମୋଚନ ଉତ୍ସବ ପରିଚାଳନା କରାଯାଇଥିଲା । ଏହି ଅବସରରେ ଅଖଣ୍ଡ ଚତୁର୍ଥ ପ୍ରହର ନାମଯଜ୍ଞ , ଅଖଣ୍ଡ ଧ୍ଵନି ଯଜ୍ଞ ,ଅନ୍ନଦାନ ଆଦି କାର୍ୟ୍ୟକ୍ରମମାନ ଅନୁଷ୍ଠିତ ହୋଇଛି।

Related posts

ଚର୍ଚ୍ଚାରେ ନବୀନଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଥିବା ଅଭିନେତା ରଣବୀର ସିଂହ

mahabharatanews

ପୁଣି ରାଜଧାନୀରେ ସାମ୍ନାକୁ ଆସିଲା ରାଗିଂ

mahabharatanews

ସଂପୂର୍ଣ୍ଣ ସିସିଟିଭି ବଳୟରେ ଶ୍ରୀକ୍ଷେତ୍ର

mahabharatanews