ଓଡିଶା

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ  ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବ। ଶିଶୁ  ମାନେ ସୁସ୍ଥ ରହିଲେ ଦେଶ ରହିବ ସୁସ୍ଥ ।  ସେଥିପାଇଁ ଶିଶୁର  ପ୍ରାରମ୍ଭିକ ଅନୁଷ୍ଠାନ ହେଉଛି  ଅଙ୍ଗନବାଡିକେନ୍ଦ୍ର । ଅଙ୍ଗନବାଡ଼ିରେ  ଶିଶୁ କିଭଳି ସୁସ୍ଥ ଓ ସତେଜ ରହିବ ସେଥପାଇଁ ଆରମ୍ଭ ହୋଇଛି ପ୍ରୟାସ୍ ।ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକର ୨୬ଗୋଟି ପଞ୍ଚାୟତର ୨୫୩ ଗୋଟି  ଅଙ୍ଗନବାଡ଼ି କେନ୍ଦ୍ରରେ ଆରମ୍ଭ ହୋଇଛି ଓଜନ ଉତ୍ସବ। ଟାଙ୍ଗି ସିଡିପିଓ ନିର୍ମଳା ଦାଶଙ୍କ ତତ୍ୱାବଧାନରେ  ସପ୍ତାହ ସାରା ଅଙ୍ଗନବାଡ଼ି କେନ୍ଦ୍ରରେ ଓଜନ ଦିବସ ହେଉଛି । ସେହିପରି  ଛେଳିଆସାହି  ଅଙ୍ଗନୱାଡି କେନ୍ଦ୍ରର କର୍ମୀ ବି. ମଞ୍ଜୁଳା ନାଇଡ଼ୁଙ୍କ ତତତ୍ଵାବଧାନରେ  ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ।

ଅଙ୍ଗନୱାଡ଼ି କର୍ମି ମଞ୍ଜୁଳା ନାଇଡ଼ୁ  ଶିଶୁଙ୍କର ଓଜନ କରିବା ସହ, ଏହି ଉତ୍ସବ କାହିଁକି ପାଳିତ ହେଉଛି  ସେ ସମ୍ପର୍କରେ  ଅବଗତ  କରାଉଛନ୍ତି । ତାସହ ମାଆ ମାନେ କିପରି ପିଲାଙ୍କୁ ପୃଷ୍ଠିକର ସୁଷମ  ଖାଦ୍ୟ ପ୍ରଦାନ ଓ ତାଙ୍କର ଯତ୍ନ ନେବେ ସେ ସଂପର୍କରେ  ଅବଗତ କରାଇଥିଲେ।

Related posts

ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ଜୟନାରାୟଣ ମିଶ୍ର

mahabharatanews

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତଳିକା ଦାହ

mahabharatanews

ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

mahabharatanews