ଓଡିଶା

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ  ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବ। ଶିଶୁ  ମାନେ ସୁସ୍ଥ ରହିଲେ ଦେଶ ରହିବ ସୁସ୍ଥ ।  ସେଥିପାଇଁ ଶିଶୁର  ପ୍ରାରମ୍ଭିକ ଅନୁଷ୍ଠାନ ହେଉଛି  ଅଙ୍ଗନବାଡିକେନ୍ଦ୍ର । ଅଙ୍ଗନବାଡ଼ିରେ  ଶିଶୁ କିଭଳି ସୁସ୍ଥ ଓ ସତେଜ ରହିବ ସେଥପାଇଁ ଆରମ୍ଭ ହୋଇଛି ପ୍ରୟାସ୍ ।ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକର ୨୬ଗୋଟି ପଞ୍ଚାୟତର ୨୫୩ ଗୋଟି  ଅଙ୍ଗନବାଡ଼ି କେନ୍ଦ୍ରରେ ଆରମ୍ଭ ହୋଇଛି ଓଜନ ଉତ୍ସବ। ଟାଙ୍ଗି ସିଡିପିଓ ନିର୍ମଳା ଦାଶଙ୍କ ତତ୍ୱାବଧାନରେ  ସପ୍ତାହ ସାରା ଅଙ୍ଗନବାଡ଼ି କେନ୍ଦ୍ରରେ ଓଜନ ଦିବସ ହେଉଛି । ସେହିପରି  ଛେଳିଆସାହି  ଅଙ୍ଗନୱାଡି କେନ୍ଦ୍ରର କର୍ମୀ ବି. ମଞ୍ଜୁଳା ନାଇଡ଼ୁଙ୍କ ତତତ୍ଵାବଧାନରେ  ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ।

ଅଙ୍ଗନୱାଡ଼ି କର୍ମି ମଞ୍ଜୁଳା ନାଇଡ଼ୁ  ଶିଶୁଙ୍କର ଓଜନ କରିବା ସହ, ଏହି ଉତ୍ସବ କାହିଁକି ପାଳିତ ହେଉଛି  ସେ ସମ୍ପର୍କରେ  ଅବଗତ  କରାଉଛନ୍ତି । ତାସହ ମାଆ ମାନେ କିପରି ପିଲାଙ୍କୁ ପୃଷ୍ଠିକର ସୁଷମ  ଖାଦ୍ୟ ପ୍ରଦାନ ଓ ତାଙ୍କର ଯତ୍ନ ନେବେ ସେ ସଂପର୍କରେ  ଅବଗତ କରାଇଥିଲେ।

Related posts

 ଆହୁରି ୨ରୁ ୩ ମାସ ସତର୍କ ରହିବାକୁ ହେବ

mahabharatanews

ଜମିବାଡିକୁ ନେଇ ମରଣାନ୍ତକ ଆକ୍ରମଣ, କକା-ପୁତୁରା ଗୁରୁତର

mahabharatanews

ପାଟଣା ସିଡିପିଓଙ୍କ ମନମାନି କାର୍ୟ୍ୟକୁ ନେଇ କାର୍ଯ୍ୟାଳୟ ଘେରାଉ କଲେ ଅଙ୍ଗନୱାଡି କର୍ମୀ

mahabharatanews