ଓଡିଶା

ଗୁଣ୍ଠପଡା ଗ୍ରାମପଞ୍ଚାୟତରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଆସିକା : ଆସିକା ବ୍ଲକ ଗୁଣ୍ଠପଡା ପଞ୍ଚାୟତ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା କଳା ମୋତିଆ ବିନ୍ଦୁ ଚକ୍ଷୁ ପରୀକ୍ଷା ଶିବିର ଗୁଣ୍ଠପଡା ପଞ୍ଚାୟତ ରାଇପଲ୍ଲୀ କଲ୍ୟାଣମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି ।ଏହି ଶିବିରକୁ ଗୁଣ୍ଠପଡା ସମିତିସଭ୍ୟ ନାରାୟଣ ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲା ।ସମାଜସେବୀ ମଳୟ କୁମାର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ଗ୍ରାମ୍ୟ କମିଟି ସଭାପତି କୃତିବାସ ମହାନ୍ତି, ଉପସଭାପତି କାଳିଆ ସିୟ ସମେତ ଅନ୍ୟ କମିଟି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଶିବିରକୁ କ୍ୟାମ୍ପ ମ୍ୟାନେଜ଼ର ନଳିନୀ କାନ୍ତ ରାଉତ ପରିଚାଳନା କରିଥିଲା ବେଳେ ମୁଖ୍ୟ ଟେକନିସିଆନ ରୂପେ ଭଗବାନ ପଣ୍ଡା,ମୁଖ୍ୟ ଟେକ୍ନିକାଲ ଗାୟତ୍ରୀ ସେଠୀ ସହକାରୀ ଟେକନିସିଆନ ଚାନ୍ଦିନୀ ସାବତ , ମଧୁସ୍ମିତା ପାଇକ ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କ ପରୀକ୍ଷା କରିଥିଲେ । ଆଜି ଏହି ଶିବିରରେ ମୋଟ ୧୦୨ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ।୨୧ଜଣ ରୋଗୀଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା ବେଳେ ୪୦ ଜଣ ରୋଗୀଙ୍କୁ ପରଳ ଅସ୍ତ୍ରୋପ୍ରଚାର ସକାଶେ ଶଙ୍କର ଚକ୍ଷୁ ଚିକିତ୍ସାଲୟ ସମରଝୋଳକୁ ପଠା ଯାଇଥିବ । ଏହି ଶିବିର ପରିଚାଳକ ନଳିନୀ କାନ୍ତ ରାଉତ ସୂଚନା ପ୍ରଦାନ କରିଛନ୍ତି ।ଏହି ଶିବିରକୁ ସନ୍ତୋଷ ଦାସ,ରଞ୍ଜନ ମହାନ୍ତି,ଉପେନ୍ଦ୍ର ସ୍ୱାଇଁ, ବିଜୟ ନାହାକ,ସୁରେନ୍ଦ୍ର ଜେନା,ସୁଶାନ୍ତ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ ।

 

Related posts

ପଞ୍ଚମଦିନରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

mahabharatanews

ସହାୟତା ଦାବି କଲେ ବାରିକ ସଂଘ

mahabharatanews

 ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ; ଜଣେ ମାଓବାଦୀ ମୃତ 

mahabharatanews