ମନୋରଞ୍ଜନ

କ୍ଷମା ମାଗିଲେ ଫିଲ୍ମ ‘ଆଦିପୁରୁଷ’ ଲେଖକ ମନୋଜ ମୁନ୍ତଶିର୍‌ 

(ମୁମ୍ବାଇ) : ଫିଲ୍ମ ‘ଆଦିପୁରୁଷ’କୁ ସବୁଆଡୁ ବିରୋଧ ପରେ କ୍ଷମା ମାଗିଛନ୍ତି ଲେଖକ  କାହାଣୀରେ ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏହାର ଲେଖକ ମନୋଜ ମୁନ୍ତଶିର୍‌ ଆଜି ଯୋଡ଼ହସ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି: ଆଦିପୁରୁଷ ଯୋଗୁଁ ଜନତାଙ୍କ ଭାବାବେଗ ଆହତ ହୋଇଥିବା କଥା ମୁଁ ସ୍ବୀକାର କରୁଛି। ମୋର ସମସ୍ତ ଭାଇଭଉଣୀ, ବୟୋଜ୍ୟେଷ୍ଠ, ପୂଜ୍ୟ ସାଧୁସ‌ନ୍ଥ ଏବଂ ଶ୍ରୀରାମଙ୍କ ଭକ୍ତମାନଙ୍କୁ ଯୋଡ଼ହସ୍ତରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି। ଏକ ଓ ଅଭିନ୍ନ ରହି ଆମ ପବିତ୍ର ସନାତନ ଓ ମହାନ୍‌ ଦେଶର ସେବା କରିବା ଲାଗି ଭଗବାନ ବଜରଙ୍ଗ ବଳୀ ଆମ ସମସ୍ତଙ୍କ ପ୍ରତି କୃପା କରନ୍ତୁ।

 

 

ସୂଚନାନୁଯାୟୀ , ଜୁନ୍‌ ୧୬ ତାରିଖରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ପରଠାରୁ ଏହାର ନିକୃଷ୍ଟ ଧରଣର ସଂଳାପକୁ ନେଇ ଜନ ଅସନ୍ତୋଷ ଓ ତୀବ୍ର ସମାଲୋଚନା ଚାଲିଥିଲା। କିଛି ଦିନ ତଳେ ‘ଆଜ୍‌ ତକ୍‌’ ସହିତ କରିଥିବା ସାକ୍ଷାତ୍‌କାରରେ ମଧ୍ୟ ମନୋଜ ‘ଆଦିପୁରୁ’ପାଇଁ ଲେଖଥିବା ସଂଳାପଗୁଡ଼ିକ ଯଥାର୍ଥ ବୋଲି କହିଥିଲେ।

Related posts

ଚର୍ଚାରେ ଶ୍ରଦ୍ଧା କପୁରଙ୍କ ପ୍ରେମିକ  

mahabharatanews

 ‘ଦି କେରଳ ଷ୍ଟୋରୀ’ଫିଲ୍ମର ସଦସ୍ୟଙ୍କୁ ମିଳିଲା ସୁରକ୍ଷା 

mahabharatanews

OTT’ରେ ବିଗ୍ ବସ୍

mahabharatanews