ଭାରତ

ଥମୁନି ମଣିପୁର ହିଂସା : ପୁଣି ଗଲା ୪ ଜୀବନ  

(ମଣିପୁର) : ଦିନକୁ ଦିନ ମଣିପୁର ହିଂସାକାଣ୍ଡ ଥମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ମଣିପୁରର ବିଷ୍ଣୁପୁର ଓ ଚୁରାଚାନ୍ଦପୁର ସୀମାନ୍ତ ଅଞ୍ଚଳରେ ଘଟିଥିବା ଭିନ୍ନ ଭିନ୍ନ ହିଂସାକାଣ୍ଡରେ ଜଣେ ପୁଲିସ ଓ ଜଣେ ତରୁଣଙ୍କ ସମେତ ୪ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ ,  ନିରାପତ୍ତା ବଳ ସେ ଅଞ୍ଚଳରେ ‘ବଫର୍‌ ଜୋନ୍‌’ ସୃଷ୍ଟି କରି ପରିସ୍ଥିତି ଉପରେ କଡ଼ା ଦୃଷ୍ଟି ରଖିଛି। କିନ୍ତୁ, ଦୁର୍ବୃତ୍ତମାନେ ପାହାଡ଼ ଉପରେ ଓ ଉପତ୍ୟକା ଅଞ୍ଚଳରେ ଥିବା ଗାଁଗୁଡ଼ିକରେ ଲୁଚିଛପି ପ୍ରବେଶ କରି ପରସ୍ପର ଉପରକୁ ଗୁଳି ଚଳାଉଛନ୍ତି। ଉଭୟ ସମ୍ପ୍ରଦାୟ ଶୁକ୍ରବାର ରାତିରୁ ଏଭଳି ଉଦ୍ୟମ ଅବ୍ୟାହତ ରଖିଛନ୍ତି। ସେମାନଙ୍କୁ ପ୍ରତିରୋଧ କରିବା ଲାଗି ସେନା ଉଦ୍ୟମ ଅବ୍ୟାହତ ରଖିଛି।

Related posts

ପରଲୋକରେ ସ୍ୱତନ୍ତ୍ର ସୁରକ୍ଷା ମୁଖ୍ୟ ଅରୁଣ କୁମାର ସିହ୍ନା

mahabharatanews

ବିସ୍ଫୋରଣରେ ଜଣେ ଓଡ଼ିଆ ବିଏସ୍‌ଏଫ୍‌ ଯବାନ ସହିଦ

mahabharatanews

ନାସିକରେ ମୋଦିଙ୍କ ବିଶାଳ ରୋଡ ସୋ’ 

mahabharatanews