ଓଡିଶା

ବୃଦ୍ଧି ପାଉଛି ଡେଙ୍ଗୁ , ୨ ଶିଶୁ ଆକ୍ରାନ୍ତ 

(ଭୁବନେଶ୍ୱର) : ଗୋଟିଏ ପଟେ ମୌସୁମୀ ବର୍ଷା ଆରମ୍ଭ ହେଉଣୁ ଅନ୍ୟପଟେ ରାଜ୍ୟରେ ଡେଙ୍ଗୁ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜଧାନୀ ଡେଙ୍ଗୁର ମେନ ପଏଣ୍ଟ ହୋଇଥିବା ବେଳେ ସୁକିନ୍ଦା ବ୍ଲକ୍‌ ଚିଙ୍ଗୁଡ଼ିପାଳ ପଞ୍ଚାୟତର ୨ ଶିଶୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଛି।

ତେବେ ଦୁଇ ଆକ୍ରାନ୍ତଙ୍କୁ ତାଙ୍କ ପରିବାର ଡୁବୁରିସ୍ଥିତ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଘର ନଗଡ଼ା ନିକଟ କଙ୍କଡ଼ାଗୋଡ଼ି ଗାଁରେ। ସେମାନେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏମାନଙ୍କ ଭଳି ଅନେକ ଛାତ୍ରଛାତ୍ରୀ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏପରିକି କେତେକ ଅଭିଭାବକ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ବନ୍ଦ କରି ଦେଲେଣି।

Related posts

ଜଗନ୍ନାଥ ଟ୍ରକ ମାଲିକ ସଂଘ ନିର୍ବାଚନ ଶୃଖଂଳା ସହ ସଂପାଦନ

mahabharatanews

ରେଳ ଓଭର ବ୍ରିଜ ନିର୍ମାଣ କରିବାକୁ  ବିଧାୟକ ସୁଶାନ୍ତ ରାଉତଙ୍କ ଚିଠି

mahabharatanews

ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ

mahabharatanews