ଓଡିଶା

ଆସନ୍ତାକାଲିଠୁ ବଢିବ ବର୍ଷା 

(ଭୁବନେଶ୍ୱର) :  ଜୁନ ମାସରେ ନିଅଣ୍ଟିଆ ବର୍ଷା ହେବାପରେ ଚଳିତ ମାସ ବର୍ଷାର ପରିମାଣ ସଠିକ ହେବ ବୋଲି ଆଶା ରଖିଛନ୍ତି ଚାଷୀମାନେ  । ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ପୂର୍ବ-ଦିଗରେ ମଣିପୁର ଯାଏ ବାୟୁମଣ୍ଡଳର ୧.୫ କିମି ଉଚ୍ଚତା ଯାଏ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେଉଛି। ୧୧ ତାରିଖ ଦିନ ବର୍ଷା ବଢ଼ିବ। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

 

ସୂଚନାନୁଯାୟୀ , ସୋମବାର ଦିନ ମଧ୍ୟ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଏବେ ବର୍ଷାର ପରିମାଣ କମ୍‌ ରହିଥିବା ବେଳେ ୧୨ ଓ ୧୩ ତାରିଖ ଆଡ଼କୁ ବିସ୍ତୃତ ବର୍ଷାର ସମ୍ଭାବନା ରହିଛି।

Related posts

ଆସନ୍ତାକାଲି ଓଡିଶାର ୧୨ଟି ସ୍ତାନରେ ହେବ ମକଡ୍ରିଲ

mahabharatanews

ଆଜି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews

ହତ୍ୟା ନା ଆତ୍ମହତ୍ୟା, ସନ୍ଦେହ ଘେରରେ ଯନ୍ତ୍ରୀଙ୍କ ମୃତ୍ୟୁ

mahabharatanews