ଭାରତ

ଭୂକମ୍ପରେ ଥରିଲା  ଜମ୍ମୁ ଓ କଶ୍ମୀର

(ଜମ୍ମୁ କାଶ୍ମୀର) : ଭୂକମ୍ପରେ ଥରିଲା  ଜମ୍ମୁ ଓ କଶ୍ମୀର । ଜମ୍ମୁ ଓ କଶ୍ମୀରରେ ୪.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୋର୍‌ ୫.୩୮ ମିନିଟ୍‌ରେ ଜମ୍ମୁ ଓ କଶ୍ମୀରର ଡୋଡ଼ା ଜିଲ୍ଲାରେ ଏହି ଭୂମିକମ୍ପ ସଂଘଠିତ ହୋଇଛି।

ସୂଚନାନୁଯାୟୀ , ଅକ୍ଷାଂଶ ୩୩.୧୫ ଓ ଦ୍ରାଘିମା ୭୫.୬୮ ଅନ୍ତର୍ଗତ ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଭୋର୍‌ ୦୫:୩୮:୫୪ରେ ୪.୯ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।  ରବିବାର ଦିନ ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ମଧ୍ୟ ୫.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା । ଭୂଗର୍ଭର ୫୪.୨ କିଲୋମିଟର୍‌ ଅଭ୍ୟନ୍ତରରେ ସନ୍ଧ୍ୟା ୫.୩୦ରେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା।

 

Related posts

ଭଦୌରିଆଙ୍କ ପରେ ବିବେକ ରାମ ଚୌଧୁରୀ ହେବେ ବାୟୁସେନା ମୁଖ୍ୟ

mahabharatanews

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛି ପରିବାର

mahabharatanews

ଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା, କାନ୍ଥ ଭୁଷୁଡି ୧୨ ଜଣଙ୍କ ମୃତ୍ୟୁ

mahabharatanews