ଭାରତ

ଭୂକମ୍ପରେ ଥରିଲା  ଜମ୍ମୁ ଓ କଶ୍ମୀର

(ଜମ୍ମୁ କାଶ୍ମୀର) : ଭୂକମ୍ପରେ ଥରିଲା  ଜମ୍ମୁ ଓ କଶ୍ମୀର । ଜମ୍ମୁ ଓ କଶ୍ମୀରରେ ୪.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୋର୍‌ ୫.୩୮ ମିନିଟ୍‌ରେ ଜମ୍ମୁ ଓ କଶ୍ମୀରର ଡୋଡ଼ା ଜିଲ୍ଲାରେ ଏହି ଭୂମିକମ୍ପ ସଂଘଠିତ ହୋଇଛି।

ସୂଚନାନୁଯାୟୀ , ଅକ୍ଷାଂଶ ୩୩.୧୫ ଓ ଦ୍ରାଘିମା ୭୫.୬୮ ଅନ୍ତର୍ଗତ ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଭୋର୍‌ ୦୫:୩୮:୫୪ରେ ୪.୯ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।  ରବିବାର ଦିନ ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ମଧ୍ୟ ୫.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା । ଭୂଗର୍ଭର ୫୪.୨ କିଲୋମିଟର୍‌ ଅଭ୍ୟନ୍ତରରେ ସନ୍ଧ୍ୟା ୫.୩୦ରେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା।

 

Related posts

୩ଟି ଚଳନ୍ତା କାର୍‌ ଉପରେ ପଡ଼ିଲା ବଡ଼ ପଥର; ୨ ମୃତ, ୩ ଆହତ

mahabharatanews

ସେଲ ଆର୍ମ୍ସ ଆକ୍ଟ ମାମଲାରେ ୪ ଦିନ ପାଇଁ ପୋଲିସ ରିମାଣ୍ଡରେ ଗଲା ଲରେନ୍ସ ବିଷ୍ଣୋଇ

mahabharatanews

ସଂସଦକୁ ଶୀତ ଅଧିବେଶନରେ ହେବ ନାହିଁ ଟ୍ରାକ୍ଟର ମାର୍ଚ୍ଚ

mahabharatanews