ଭାରତ

ହିମାଚଳରେ ପ୍ରବଳ ବର୍ଷା : ଜାରି ହେଲା ହେଲ୍ପ ଲାଇନ ନମ୍ବର  

(ହିମାଚଳ) : ଲଗାତାର ଗତ ଦୁଇ ଦିନ ହେବ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି ଏବଂ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା କାରଣରୁ ଆସନ୍ତା ୨୪ଘଣ୍ଟା ଘର ଭିତରେ ରହିବାକୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଲୋକଙ୍କୁ ନିବେଦନ କରିଛନ୍ତି।

ସୂଚନାନୁଯାୟୀ , ହିମାଚଳ ସିଏମଓ ଟ୍ୱିଟ କରି କହିଛନ୍ତି ଯେ, ବିପର୍ଯ୍ୟୟର ଏହି ସମୟରେ ସରକାରଙ୍କୁ ଏକଜୁଟ ହୋଇ ସହଯୋଗ କରନ୍ତୁ ଏବଂ ଆସନ୍ତା ୨୪ଘଣ୍ଟା ଘରେ ଭିତରେ ରୁହନ୍ତୁ । ‘ଆମେ ତିନୋଟି ହେଲ୍ପଲାଇନ ନମ୍ବର ଜାରି କରିଛୁ । କୌଣସି ଅସୁବିଧା ହେଲେ ଏହି ନମ୍ବରରେ କଲ କରନ୍ତୁ । ନମ୍ବର ଗୁ଼ଡିକ ହେଲା 1100, 1070 ଏବଂ 1077 । ଯେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଆପଣ ଏହି ନମ୍ବରକୁ କଲ କରିପାରିବେ ଏବଂ ମୁଁ ନିଜେ ମଧ୍ୟ ୨୪ଘଣ୍ଟା ଉପଲବ୍ଧ ରହିଛି’।

Related posts

କରୋନା ନୂଆ ଭାରିଆଣ୍ଟ ; ଉତ୍ତର ପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି

mahabharatanews

ନିର୍ବାଚନ ପୂର୍ବରୁ ପାର-ତାପି-ନର୍ମଦା ପ୍ରକଳ୍ପ ବନ୍ଦ

mahabharatanews

ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି

mahabharatanews