ଭାରତ

ଆଜି ଅପରାହ୍ଣ ୨ଟା ୩୫ରେ ଲଞ୍ଚ ହେବ  ଚନ୍ଦ୍ରଯାନ-୩

(ଦିଲ୍ଲୀ) : ଆଜି ଲଞ୍ଚ ହେବ  ଚନ୍ଦ୍ରଯାନ-୩ ।   ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର ଘୋଷଣା କରିଛି । ଆନ୍ଧ୍ରପ୍ରଦେଶର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ନୂତନ ଲଞ୍ଚ ଭେହିକ୍‌ଲ ଏଲ୍‌ଭିଏମ୍‌-୩ ସାହାଯ୍ୟରେ ଏହାକୁ ଉତ୍‌କ୍ଷେପଣ କରାଯିବ।

ପୂର୍ବରୁ ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି, ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଏହାକୁ ଉତ୍‌କ୍ଷେପଣ କରାଯିବ। ଜୁଲାଇ ୧୪ରେ ଏହି ଯାନ ତା’ର ଊର୍ଦ୍ଧ୍ବଗତି ଆରମ୍ଭ କରି ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ପୂର୍ବରୁ ଗତମାସରେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଥିଲେ ଯେ, ଜୁଲାଇ ୧୩ରୁ ୧୯ ଭିତରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନରେ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ କରାଯିବ।

Related posts

୨୧୪ କ୍ୟାଲିବର ବିଶିଷ୍ଟ ପିନାକା ରକେଟ ସିଷ୍ଟମ୍ ଲଞ୍ଚ କରିଛି ଭାରତ

mahabharatanews

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

mahabharatanews

ବଦ୍ରିନାଥ ଓ କେଦାରନାଥ ଧାମରେ ଅମ୍ବାନୀ ପରିବାର

mahabharatanews