ଭାରତ

କାଉରିଆଙ୍କୁ ଦାଉ ସାଧୁଛି ବର୍ଷା ; ୫ ମୃତ ,୪ ଗୁରୁତର 

(ଉତ୍ତରପ୍ରଦେଶ) : ଉତ୍ତର ଭାରତରେ ଲଗାତର ବର୍ଷା ପରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ  |  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମେରଟରେ   | ମେରଟରେ ବିଦ୍ୟୁତ ଆଘାତରେ ୫ ଜଣ କାଉଡିଆଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି |

ସୂଚନାନୁସାରେ, ମେରଟର ପରିକ୍ଷିତଗଡ଼ ଅଂଚଳରେ ଥିବା ରାଲିଚୌହାନ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି | କାଉଡିଆଙ୍କ ଶିବିର ଉପର ଦେଇ (୧୧୦୦୦ କେଭି) ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଯାଇଥିବାବେଳେ ଏହା ଛିଡିପଡିଥିଲା ଆଉ ବିଦ୍ୟୁତ ଆଘାତରେ କାଉଡିଆମାନେ ଜଳିଯାଇଥିଲେ | ତୁରନ୍ତ ଗୁରୁତର ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ୪ରୁ ଅଧିକ କାଉଡିଆ ଏବେ ବି ଗୁରୁତର ଥିବାର ଜଣାପଡିଛି |

 

Related posts

ଗିରଫ ହେଲେ ଶ୍ରମିକଙ୍କ ଉପରେ ପରିସ୍ରା ବିଜେପି ନେତା 

mahabharatanews

ଆଜି ଆର୍ଥ ଆୱାର

mahabharatanews

ଦେଶରେ ଦିନକରେ ୭,୫୫୪ ଆକ୍ରାନ୍ତ ଚିହ୍ନଟ ଓ ୨୨୩ ଜଣ ମୃତ

mahabharatanews