ଭାରତ

ସ୍ୱିଗିରୁ ଖାଦ୍ୟ ମଗାଉଥିଲେ ଏବେ ଦେବାକୁ ପଡିବ ଅଧିକ ୨ଟଙ୍କା

ସ୍ୱିଗିରୁ ଖାଦ୍ୟ ମଗାଉଥିଲେ ଯାଣି ରଖନ୍ତୁ ଦେବାକୁ ପଡିବ ଅଧିକ ଟଙ୍କା । ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ସ୍ୱିଗି ପକ୍ଷରୁ ଖାଦ୍ୟ ବରାଦ କରୁଥିବା ଗ୍ରାହକଙ୍କଠାରୁ ୨ ଟଙ୍କାର ପ୍ଲାଟଫର୍ମ ଫି’ ଅସୁଲ କରାଯିବ। ଯିଏ ଯେତେ ପରିମାଣର ଖାଦ୍ୟ ମଗାନ୍ତୁ ନା କାହିଁ ତାଙ୍କୁ ଏହି ଫି’ ଗଣିବାକୁ ପଡ଼ିବ। ବର୍ତ୍ତମାନ ବେଙ୍ଗାଲୁରୁ ଓ ହାଇଦ୍ରାବାଦର ଗ୍ରାହକଙ୍କ ଉପରେ ଏହି ଫି’ ଲାଗୁ କରାଯାଇଛି। ଆଗାମୀ ଦିନରେ ଦେଶର ଅନ୍ୟ ସହରରେ ତାହାକୁ ଲାଗୁ କରାଯାଇପାରେ। ଏ ସମ୍ପର୍କରେ କଂପାନିର ପ୍ରବକ୍ତା କହିଛନ୍ତି ଯେ ପ୍ଲାଟଫର୍ମ ଫି’ ନାମକୁ ମାତ୍ର। ଏହା ଆମକୁ ପ୍ଲାଟଫର୍ମରେ ଉନ୍ନତି ଆଣିବା ଓ ଆପ୍ରେ ଅଧିକ ସୁବିଧା ପ୍ରଦାନ କରିବାରେ ସହାୟକ ହେବ। ତେବେ ସ୍ବିଗିର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଜୋମାଟୋ ପକ୍ଷରୁ ସେଭଳି କିଛି ଫି’ ଲାଗୁ କରାଯାଇନାହିଁ।

Related posts

ବିହାର ନିର୍ବାଚନରେ ଏନଡିଏ ବିପୁଳ ବିଜୟ ପରେ ଏବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା

mahabharatanews

ଶତ୍ରୁଘ୍ନ କରିଥିଲେ  ଶିବଲିଙ୍ଗକୁ ସ୍ଥାପନା ; ଜାଣନ୍ତୁ ଏହି ମନ୍ଦିର ବିଷୟରେ…..

mahabharatanews

୨୪ ଘଣ୍ଟାରେ ଦେଶରୁ ୭୫୬ କରୋନା ସଂକ୍ରମଣ ଚିହ୍ନଟ

mahabharatanews