ଓଡିଶା

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୟୁନିଟ୍‌ -୨ ମାର୍କେଟ ବିଲ୍ଡିଂ ବନ୍ଦ 

(ଭୁବନେଶ୍ୱର) : ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୟୁନିଟ୍‌ -୨ ମାର୍କେଟ ବିଲ୍ଡିଂ ବନ୍ଦ ନିଷ୍ପତ୍ତି। ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିରେ ମାର୍କେଟ ବନ୍ଦ ହୋଇଛି। ଦୀର୍ଘଦିନ ହେଲା ସ୍ଥାୟୀ ଓ ଉଠା ଦୋକାନୀ ମଧ୍ୟରେ ଥିବା ବିବାଦ ସମାଧାନ ପାଇଁ ବିଏମ୍‌ସି କୌଣସି ପଦକ୍ଷେପ ନେଉ ନ ଥିବାରୁ ବନ୍ଦ କରି ପ୍ରତିବାଦ । ଆଗରୁ ଏନେଇ ଚେତାବନୀ ଦେଇଛନ୍ତି ସ୍ଥାୟୀ ଦୋକାନ ମାଲିକ ସଂଘ।

ସୂଚନାନୁଯାୟୀ , ମାର୍କେଟ୍ ଭିତରେ ବୁଲା ବିକାଳୀଙ୍କ ଅନଧିକୃତ ପ୍ରବେଶକୁ ନେଇ ଏପରି ନିଷ୍ପତ୍ତି ନେଇଛି ଦୋକାନ ମାଲିକ ସଂଘ ।  ମାର୍କେଟ ବିଲ୍ଡିଂରେ ଗହଳି କରିବା ସହ ଏଣେତେଣେ ଅଳିଆ ଆବର୍ଜନା ଫିଙ୍ଗୁଛନ୍ତି । ଭୁବନେଶ୍ୱର ମହାନଗର ନିଗମକୁ ଅନେକ ଥର ସ୍ଥାୟୀ ଦୋକାନୀ ସଂଘ ଏ ବାବଦରେ ଅବଗତ କରାଇଛନ୍ତି । ତେଣୁ ସମସ୍ୟାର ସମାଧାନ ନ ହେବାରୁ ଏପରି ନିଷ୍ପତ୍ତି ହୋଇଛି।

Related posts

ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦେଇ ଅର୍ଥ ହଡପ ଅଭିଯୋଗ

mahabharatanews

ସ୍ୱତନ୍ତ୍ର ଭାରତୀୟ ସ୍ଥଳ ସେନା – ଅଗ୍ନିବୀର ପଦବୀ ନିମନ୍ତେ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

mahabharatanews

କାରୋନା ତାଲା ପଡିଲା ପୁରୀ ଜୁଡିସିଆଲ କୋର୍ଟରେ

mahabharatanews