ଓଡିଶା

ଉଦ୍ଧାର ହେଲା ୭ କିଲୋର ବଜ୍ରକାପ୍ତା

(ଝାରସୁଗୁଡା)  : ଉଦ୍ଧାର ହେଲା ବଜ୍ରକାପ୍ତା । ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ବନାଞ୍ଚଳ କାଦବାହାଲ ଭୂତପଡ଼ା ଅଞ୍ଚଳରୁ ଏକ ବଜ୍ରକାପ୍ତା କରାଯାଇଛି। ଉକ୍ତ ଗାଁର କିଛି ଲୋକ ଜଙ୍ଗଲ ନିକଟରେ ଥିବା ପୋଖରୀକୁ ରାତି ପ୍ରାୟ ୧୦.୩୦ ସମୟରେ ମାଛ ଧରିବାକୁ ଯାଇଥିଲେ। ପୋଖରୀ ନିକଟରେ ଏକ ବଜ୍ରକାପ୍ତାକୁ ଦେଖି ଧରି ଘରକୁ ନେଇ ଆସିଥିଲେ।

ସୂଚନାନୁଯାୟୀ ,  ଖବର ପାଇ ସଂଗେ ସଂଗେ ବନ ବିଭାଗର ସ୍କ୍ବ‌ାଡ୍‌ ପହଞ୍ଚି ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ। ବଜ୍ରକାପ୍ତାଟିର ଓଜନ ହାରାହାରି ୫ରୁ ୭ କେଜି ହେବ ବୋଲି ଅନୁମାନ କରାଯାଉଛି। ପ୍ରାଥମିକ ଚିକିତ୍ସା ପରେ ଡିଏଫ୍‌ଓଙ୍କ ପରାମର୍ଶକ୍ରମେ ଆଜି ଜଙ୍ଗଲ ମଧ୍ୟରେ ଏହାକୁ ଛଡ଼ାଯିବ ।

 

Related posts

ବହୁଳ ପ୍ରଚାର ପ୍ରସାର ଓ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପରେ ବି କମିଛି ପଞ୍ଜିକରଣ ସଂଖ୍ୟା

mahabharatanews

ବିଜେପିରେ ମିଶିଲେ ସିନେ ତାରକା ଅନୁଭବ ମହାନ୍ତି

mahabharatanews

ନ୍ୟାୟ ଦାବିରେ ଲୋୟର ପିଏମଜିରେ ଧାରଣାରେ ବସିଲେ ମହିଳା ସରପଞ୍ଚ

mahabharatanews