ଓଡିଶା

ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

(ଭୁବନେଶ୍ୱର) : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଓଡିଶା ଉପକୂଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି , ଏହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ସକ୍ରିୟ ମୌସୁମୀ ପ୍ରବାହ ତଥା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳ ତଥା ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଝଡ଼ପବନ ତଥା ଝଟକା ପବନର ଘଣ୍ଟାପ୍ରତି ବେଗ ୪୦ ରୁ ୫୦କିମି ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଫଳରେ ମତ୍ସ୍ୟଜୀବୀଙ୍କୁ ୨୦ରୁ ୨୨ ଯାଏଁ ସମୁଦ୍ର ବି ଯିବା ପାଇଁ ନିର୍ଦେଶ ମିଳିଛି  ।

ସୂଚନାନୁଯାୟୀ , ଜୁନ ମାସରେ ନିଅଣ୍ଟିଆ ବର୍ଷା ଚଳିତ ମାସରେ  ସମ୍ପୂର୍ଣ୍ଣ ଭାବେ ଦୂର ହେବ । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି । ପ୍ରବଳ ବର୍ଷା କରଣରୁ ସହରୀ ବନ୍ଯାରେ ଲୋକେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

Related posts

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews

ବସ୍ ଧକ୍କାରେ ବାଇକ ଆରୋହୀ ମୃତ

mahabharatanews

କାକଟପୁର ମା ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ଝାମୁଯାତ୍ରା

mahabharatanews