ଭାରତ

ଆଜିଠୁ ଆରମ୍ଭ ମୌସୁମୀ ଅଧିବେଶନ

(ଦିଲ୍ଲୀ) : ଆଜିଠୁ ଆରମ୍ଭ ହେବ ସଂସଦରେ ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ପୂର୍ବରୁ  କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ କରିଛନ୍ତି। ‌ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦଳର ପ୍ରତିନିଧି ଯୋଗ ଦେଇଥିଲେ। ଅଗଷ୍ଟ ୧୧ରେ ମୌସୁମୀ ଅଧିବେଶନ ଶେଷ ହେବ।  ବିରୋଧୀଙ୍କ ପାଇଁ ସରକାର ମଧ୍ୟ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି।

ସୂଚନାନୁଯାୟୀ ,  ସରକାର ‌ମୌସୁମୀ ଅଧିବେଶନରେ ୩୧ ବିଲ୍‌ ଆଗତ କରିବେ। ତଥ୍ୟ ସୁରକ୍ଷା ବିଲ୍‌, ୟୁସିସି (ସମାନ ନାଗରିକ ସଂହିତା), ଦିଲ୍ଲୀ ଅଧ୍ୟାଦେଶ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଲ୍‌ ସମେତ ମୋଟ୍‌ ୩୧ଟି ବିଲ୍‌ ମୌସୁମୀ ଅଧିବେଶନରେ ଆଗତ ହୋଇପାରେ। ତେବେ ଦିଲ୍ଲୀ ଅଧ୍ୟାଦେଶ ଏବଂ ୟୁସିସି ଉପରେ ସମସ୍ତଙ୍କ ନଜର ରହିଛି। ଏହି ପ୍ରସଙ୍ଗରେ ମୌସୁମୀ ଅଧିବେଶନ ସରଗରମ ରହିବ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ, ପୁରୁଣା ସଂସଦ ଭବନରେ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Related posts

ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ

mahabharatanews

ସୋପିଆନରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

mahabharatanews

ଚନ୍ଦ୍ରଯାନ-୩; ବଦଳିଲା ରୋଭରର ପଥ

mahabharatanews