ଭାରତ

ଆଖି ବୁଜିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ

(ମହାରାଷ୍ଟ୍ର) : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ଦେହାନ୍ତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ଖ
ବର ଆସିଥିଲା ଯେ ପୂର୍ବତନ ଲୋକସଭା ବାଚସ୍ପତି ମନୋହର ଯୋଶୀଙ୍କର ହୃଦଘାତ ହୋଇଥିଲା, ପରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ହୋଇଥିଲା ।
ସୂଚନାନୁଯାୟୀ , ରାତି ପ୍ରାୟ ୩ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମନୋହର ଯୋଶୀଙ୍କ ମୃତଦେହକୁ ଶେଷ ଦର୍ଶନ ପାଇଁ ସକାଳ ୧୧ ଟାରୁ ୨ଟା ପର୍ଯ୍ୟନ୍ତ ମାଟୁଙ୍ଗାସ୍ଥିତ ତାଙ୍କ ଘରେ ରଖାଯିବ । ଏହାପରେ ଏକ ଶୋଭାଯାତ୍ରାରେ ତାଙ୍କ ମୃତଦେହକୁ ଦାଦର ଶ୍ମଶାନ ଘାଟକୁ ନିଆଯିବ । ସେଠାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ । ମନୋହର ଯୋଶୀ ଶିବସେନାର ଜଣେ ବରିଷ୍ଠ ନେତା ଥିଲେ। ଆମେ ଆପଣଙ୍କୁ କହିରଖୁଛୁ ଯେ ଯୋଶୀ ୧୯୯୫ ରୁ ୧୯୯୯ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଅବିଭକ୍ତ ଶିବସେନାର ପ୍ରଥମ ନେତା ଯିଏକି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ।

Related posts

ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମ ଆୟୋଜନ କଲେ କେଜ୍ରିଓ୍ବାଲ

mahabharatanews

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

mahabharatanews

ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୬.୪ ଡିଗ୍ରୀ ରେକର୍ଡ

mahabharatanews