ଓଡିଶା

 ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ; ଜଣେ ମାଓବାଦୀ ମୃତ 

(ବିଜାପୁର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ହିଂସା । ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାର ଭେରମଗଡ଼ ଥାନା ଅନ୍ତର୍ଗତ ଏକ ଜଙ୍ଗଲ ଭିତ‌ରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଯବାନଙ୍କ ଏନକାଉଣ୍ଟରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ତେବେ ଉକ୍ତ ସ୍ଥାନରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଛନ୍ତି। ବନ୍ଧୁକ, ଅଫୁଟା ଗୁଳି, ତାର, ମାଓବାଦୀ ପୋଷାକ, ସାହିତ୍ୟ ବହି ଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ।

ସୂଚନା ଅନୁଯାୟୀ, ଗତ ୨୨ ତାରିଖ ବିଳମ୍ବିତ ରାତିରେ ବିଜାପୁର ଜିଲ୍ଲାର ଭେରମଗଡ ଥାନା ଅନ୍ତର୍ଗତ ପୋଟେନାର ଜଙ୍ଗଲରେ ବହୁ ସଂଖ୍ୟକ ମାଓବାଦୀ ଉପସ୍ଥିତ ରହି ବଡଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲେ। ଏନେଇ ବିଶେଷ ସୁତ୍ରରୁ ଖବର ପାଇ ରବିବାର ସକାଳୁ ସେନା ସର୍ଚ୍ଚ ଅପରେସନରେ ବାହାରିଥିଲେ। ଜଙ୍ଗଲରେ ଯବାନମାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ଯବାନ ମଧ୍ୟ ପାଲଟା ଗୁଳି ଚାଳନା କରିଥିବା ପ୍ରାୟ ୨୦ ମିନିଟ ଧରି ଗୁଳିବିନିମୟ ହୋଇଥିଲା।

 

Related posts

ପରଲୋକରେ କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ 

mahabharatanews

କେନାଲକୁ ଖସିଲା ନାନୋ କାର, ଅଳ୍ପକେ ବର୍ତ୍ତିଲେ ଚାଳକ

mahabharatanews

ପଛକୁ ପଛ ଆସୁଛି ଲଘୁଚାପ ; ୧୩ ତାରିଖରେ ଲଘୁଚାପ ସୃଷ୍ଟି

mahabharatanews