ଭାରତ

ପ୍ରବଳ ବର୍ଷା : ଗୁଜୁରାଟରେ ୨୪ ଘଣ୍ଟାରେ ୯ ମୃତ  

(ଗୁଜୁରାଟ) : ଉତ୍ତରଭାରତରେ ଲଗାତାର ବର୍ଷା ପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।  ଗୁଜରାଟରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଗୁଜରାଟ‌ରେ ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଜୁନ୍‌ ୧ ରୁ ଏଯାବତ୍‌ ରାଜ୍ୟରେ ୧୦୨ ଜଣଙ୍କର ମୃତ୍ୟୁ ହେଲାଣି।  ସେପଟେ କର୍ଣ୍ଣାଟକର ଉପକୂଳ ଅଞ୍ଚଳରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଉଡ଼ୁପିରେ ୩ ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ପାଇଁ ଆଜି କୋଡ଼ାଗୁରେ ସ୍କୁଲ୍ ଏବଂ କଲେଜ ବନ୍ଦ ରହିଛି।

ଆଇଏମ୍‌ଡି ପକ୍ଷରୁ ଗୁଜରାଟର ବିଭିନ୍ନ ଜିଲ୍ଲାରେ ଅରେଂଜ ଆଲର୍ଟ ଜାରି ହୋଇଛି। ଦେବଭୂମି ଦ୍ବାରକା, ରାଜକୋଟ, ଭାବନଗର ଏବଂ ଭଲସାଦ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

 

Related posts

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ; ପତ୍ନୀ ଓ ଡ୍ରାଇଭରଙ୍କ ଗୁରୁତର

mahabharatanews

ଆସିଲା CISCE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଟାଇମ୍ ଟେବୁଲ୍

mahabharatanews

ମିଶନ ୨୦୨୪ ଲାଗି ପୋଷ୍ଟର ଜାରି କଲା ଜେଡିୟୁ

mahabharatanews