(କୁଚିଣ୍ଡା) : ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର । ସଡକ ଦୁର୍ଘଟଣା ପରେ ମିନି ଟ୍ରକରେ ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ହେଲପର ଗୁରୁତର ଅବସ୍ଥାରେ ସମ୍ବଲପୁର ସ୍ଥାନାନ୍ତର ହୋଇଛନ୍ତି । କୋଇଲା ବୋଝେଇ ଟ୍ରକ୍କୁ ସାମ୍ନାରୁ ମିନି ଟ୍ରକ୍ ଧକ୍କା ଦେଇଛି ।
ସୂଚନା ଅନୁସାରେ, କୋଇଲା ବୋଝେଇ ଟ୍ରକ ସହ ୪୦୭ ଗାଡି ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୪୦୭ ଗାଡି ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଛି । ହେଲପର ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। କୋଇଲା ବୋଝେଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି ।