ଓଡିଶା

ଟ୍ରକ୍‌ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର

(କୁଚିଣ୍ଡା) :  ଟ୍ରକ୍‌ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର । ସଡକ ଦୁର୍ଘଟଣା ପରେ ମିନି ଟ୍ରକରେ ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ହେଲପର ଗୁରୁତର ଅବସ୍ଥାରେ ସମ୍ବଲପୁର ସ୍ଥାନାନ୍ତର ହୋଇଛନ୍ତି । କୋଇଲା ବୋଝେଇ ଟ୍ରକ୍‌କୁ ସାମ୍ନାରୁ ମିନି ଟ୍ରକ୍‌ ଧକ୍କା ଦେଇଛି ।

ସୂଚନା ଅନୁସାରେ, କୋଇଲା ବୋଝେଇ ଟ୍ରକ ସହ ୪୦୭ ଗାଡି ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୪୦୭ ଗାଡି ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଛି । ହେଲପର ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। କୋଇଲା ବୋଝେଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଜାରି ରହିଛି ।  ଘଟଣାସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି ।

Related posts

ହାତୀ ପଲଙ୍କ ଉତ୍ପାତ : ଘର ଭାଙ୍ଗିବା ସହ କଲେ ଫସଲ ନଷ୍ଟ 

mahabharatanews

ବାସ୍ତବତାକୁ ଲୁଚାଇବାକୁ ଫ୍ୟାନ କ୍ଲବର ସୃଷ୍ଟି

mahabharatanews

ଏକତରଫା ପ୍ରେମରେ ବିଫଳ ହେବାରୁ ନାବାଳିକାର ବାପାଙ୍କୁ ଯୁବକ କଲା ଛୁରାମାଡ଼

mahabharatanews