ଓଡିଶା

ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶାରେ ତୃତୀୟ ଦିନ

(ଭୁବନେଶ୍ୱର) :  ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ। ରାଜଭବନରେ ଆଦିମ ଜନଜାତି ସମ୍ପ୍ରଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ପରେ ଟମାଣ୍ଡୋ ଦଶବାଟିଆରେ ବ୍ରହ୍ମକୁମାରୀ ସେଣ୍ଟରରେ ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବେ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଚଳିତ ବର୍ଷର ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ”ସକାରାତ୍ମକ ପରିବର୍ତ୍ତନର ବର୍ଷ” କାର୍ଯ୍ୟକ୍ରମକୁ ମଧ୍ୟ ଶୁଭାରମ୍ଭ କରିବେ ।

ସୂଚନାନୁଯାୟୀ ,  ପ୍ରଥମେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ଚଣ୍ଡି ମନ୍ଦିରରେ ପହଞ୍ଚି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି । ଏହା ପରେ ଶୈଳବାଳା ମହିଳା ମହାବିଦ୍ୟାଳୟପରିଦର୍ଶନ କରି ମଧୁବାବୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଭିଭିଆଇପି ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ପ୍ରୋଟକଲ ଭାଙ୍ଗିଥିଲେ ରାଷ୍ଟ୍ରପତି । ଗାଡ଼ିରୁ ଓହ୍ଳାଇ ରାସ୍ତାରେ ପିଲାଙ୍କୁ ଭେଟିବା ସହ ଚକୋଲେଟ୍ ଦେଇଥିଲେ । ଏହି ସମୟରେ କୁନି କୁନି ପିଲାଙ୍କ ସହ କଥା ହୋଇ ଭବିଷ୍ୟତ ଗଠନ ଉପରେ ପରାମର୍ଶ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Related posts

ତଳିଆ ଅଞ୍ଚଳରେ ବନ୍ୟା ପରସ୍ଥିତି ,ଫୁଲୁଛି ନଦୀ

mahabharatanews

ବୌଦ୍ଧ ବନ ବିଭାଗ ପକ୍ଷରୁ ବିଶ୍ୱ ଜଳ ଆଦ୍ରତା ଦିବସ

mahabharatanews

ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ ନିର୍ଦ୍ଦେଶ ଦେଲେ ଜଳସମ୍ପଦ ବିଭାଗ ନିବାର୍ହୀ ଯନ୍ତ୍ରୀ

mahabharatanews