ଓଡିଶା

ମଣିଷଖିଆ କୁମ୍ଭୀରଙ୍କ ଉତ୍ପାତ; ଉଦ୍ଧାର ହେଲା ବାବାଙ୍କ ମୁଣ୍ଡ 

(ପଟ୍ଟାମୁଣ୍ଡାଇ) : ଦିନକୁ ଦିନ ବୃଦ୍ଧି ପାଉଛି ମଣିଷଖିଆ କୁମ୍ଭୀରଙ୍କ ଉତ୍ପାତ । ଧୋୟାଞ୍ଚଳ ପେଣ୍ଠପାଳ ପଞ୍ଚାୟତ କୂଳସାହି ଗ୍ରାମରେ ଗତକାଲି ରାତିରେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ଅମୂଲ୍ୟ ଦାସ ଓରଫ ଟିକିଲି ବାବାଙ୍କ ମୁଣ୍ଡ ଆଜି କୂଳସାହି ପ୍ରାଥମିକ ବିଦ୍ୟାଳୟ ବ୍ରାହ୍ମଣୀ ନଦୀ ପଠାରୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ବାବାଙ୍କ ମୁଣ୍ଡ ଦିନ ପ୍ରାୟ ୧୦ଟା ସମୟରେ ସେଠାରେ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ। ଖବରପାଇ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଂଜିତ ମହାନ୍ତି, ଚୌଦକୁଲାଟ ଫାଣ୍ଡି ଅଧିକାରୀ ନୃସିଂହ ମହାନ୍ତି ଘଟଣାସ୍ଥଳରେ ପହଂଚି  ଅଗ୍ନିଶମ ବାହିନୀ ସହାୟତାରେ ଟିକିଲି ବାବାଙ୍କ ମୁଣ୍ଡ ଉଦ୍ଧାର କରିଥିଲେ। ଫଳରେ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

 

Related posts

ବିଦ୍ୟୁତ ସଂସ୍ପର୍ଶରେ ଆଶି ଗ୍ରମିକ ଗୁରୁତର

mahabharatanews

ଦେବୋତ୍ତର ବିଭାଗ ଅଧୀନରେ ଆସୁଥିବା ମନ୍ଦିର ଖୋଲିବାକୁ ଯୋଜନା

mahabharatanews

ଜୁଲିବନ୍ଧରେ ଅଗ୍ନିକାଣ୍ଡ, ଜଳିଗଲା ୨ ବଖରା

mahabharatanews