ଓଡିଶା

ରାଜ୍ୟବାସୀଙ୍କୁ ଆହୁରି ୪ଦିନ ଥରାଇବ ଶୀତ

ଦକ୍ଷିଣ, ଉତ୍ତର, ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ଅନୁଭୂତ ହେଉଛି ପ୍ରବଳ ଶୀତ। କୋରାପୁଟରେ ପାରଦ ଛୁଇଁଛି ୪.୮ଡିଗ୍ରୀ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ସହିତ ଘନ କୁହୁଡ଼ି ପଡ଼ୁଥିବା ବେଳେ ୪ଦିନ ପରେ ଶୀତ ପ୍ରକୋପ ସାମାନ୍ୟ କମିବା ସମ୍ଭାବନା ରହିଛି। ସକାଳ ୯ଟା ଯାଏଁ ପ୍ରବଳ ଶୀତ ରହୁଛି । ସନ୍ଧ୍ୟାରେ ବି ଲୋକେ ପଦାକୁ ବାହାରିବାକୁ ଡରୁଛନ୍ତି । ଗ୍ରାମାଞ୍ଚଳ ନଈ କୂଳ ଶୀତଦାଉରୁ ରକ୍ଷା ପାଇଁ ନିଆଁ ପାଖରେ ବସି ରହୁଛନ୍ତି । ଗ୍ରାମାଞ୍ଚଳ ଓ ପାର୍ବତ୍ୟାଞ୍ଚଳରେ ଥିବା ଗାଁ ଗୁଡ଼ିକରେ ଚାଷୀ ଧାନ ଅମଳ ପରେ ଖଳାରେ ପାଳ କୁଡ଼ିଆରେ ରାତ୍ରି ଜାପନ କରିବା କଷ୍ଟ ଦେଉଛି ଶୀତ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୪ଦିନ ପରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି।

କୋରାପୁଟରେ ପାରଦ ୪.୮ଡିଗ୍ରୀ ଛୁଇଁଥିବା ବେଳେ ଜିଲାର ସେମିଳିଗୁଡ଼ାରେ ୬.୩ ଡିଗ୍ରୀ ରହିଛି। କୋରାପୁଟ ଜିଲାର ବିଗତ ବର୍ଷଗୁଡ଼ିକର ଡିସେମ୍ବର ମାସ ସର୍ବନିମ୍ନ ତାପମାତ୍ରା ଦେଖିଲେ ୧୯୬୯ ଡିସେମ୍ବର ୨୭ରେ ୩ଡିଗ୍ରୀ ପାରଦ ଥିବାବେଳେ ୧୯୬୧ ଡିସେମ୍ବର ୨୯ରେ ୩.୯ ଡିଗ୍ରୀ ଥିଲା। ୧୯୭୦ ଡିସେମ୍ବର ୧ରେ ରାତି ତାପମାତ୍ରା ୪.୨ ଡିଗ୍ରୀ ଥିଲା। ୧୯୭୭ ଡିସେମ୍ବର ୧୯ରେ ପାରଦ ୪.୪ ଡିଗ୍ରୀ ଏବଂ ୧୯୭୭ ଡିସେମ୍ବର ୨୦ରେ ୪.୬ ଡିଗ୍ରୀ ଥିଲା। ୨୦୧୮ ଡିସେମ୍ବର ୩୧ରେ ଜିଲାରେ ସର୍ବନିମ୍ନ ରାତି ତାପମାତ୍ରା ୪.୮ ଡିଗ୍ରୀ ଥିଲା। ନୟାଗଡ଼, ଫୁଲବାଣୀ, କୋରାପୁଟ, ଭବାନୀପାଟଣା, ଗୋପାଳପୁର, ପାରାଦ୍ବୀପ ଏବଂ ରାଉରକେଲାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା କମ ରହିବାରୁ ମୁହଁକୁ ମୁହଁ ଦେଖାଯାଉ ନଥିଲା। ଗାଡ଼ିମୋଟର ଚଳାଚଳରେ ସମସ୍ୟା ଉପୁଜି ଥିବାବେଳେ ପୂର୍ବାହ୍ଣ ୯ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହିଥିଲା। ଗତ ୨୪ଘଣ୍ଟା ମଧ୍ୟରେ ନବରଙ୍ଗପୁରରେ ପାରଦ ୮.୫ ଡିଗ୍ରୀ ଛୁଇଁଥିବା ବେଳେ ରାୟଗଡ଼ାରେ ୧୦, ଭବାନୀପାଟଣାରେ ୯.୮, ଦାରିଙ୍ଗବାଡ଼ିରେ ୬.୫, ଘୁ.ଉଦୟଗିରିରେ ୭.୮, ଫୁଲବାଣୀରେ ୭.୫, ଝାରସୁଗୁଡ଼ାରେ ୭.୨, ସୁନ୍ଦରଗଡ଼ରେ ୯, ରାଉରକେଲାରେ ୮, କିରେଇରେ ୮.୩, ଭୁବନେଶ୍ବରରେ ୧୪ ଏବଂ କଟକରେ ୧୨.୮ଡିଗ୍ରୀ ରହିଛି।

Related posts

ଟ୍ରେଡ ୟୁନିୟନର ପ୍ରତିବାଦ ଦିବସ ପାଳିତ

mahabharatanews

ଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

mahabharatanews

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews