ଓଡିଶା

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ; ଆଖିବୁଜିଲେ ଜଣେ ପ୍ରସୂତି

(ଭୁବନେଶ୍ୱର)  : ଦିନକୁ ଦିନ ମୁଣ୍ଡ ତେକବ ଆରମ୍ଭ କଲାଣି ଡେଙ୍ଗୁ ଆତଙ୍କ । ସପ୍ତାହରେ ଦୁଇ ଦିନ ଡ୍ରାଏ ଡେ’ ଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ଛୁଇଁବାକୁ ବସିଥିବା ବେଳେ ରାଜଧାନୀରେ ଦ୍ବିତୀୟ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ହୋଇଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଡେଙ୍ଗୁ ଜଣେ ପ୍ରସୂତିଙ୍କ ଜୀବନ ନେଇଛି । ମୃତ ମହିଳା ଜଣକ ହେଉଛନ୍ତି ଭିଏସ୍‌ଏସ୍‌ ନଗରରେ ରହୁଥିବା ଭଦ୍ରକର ଶର୍ମିଷ୍ଠା ସେନାପତି। ଶିଶୁକନ୍ୟାଙ୍କୁ ଜନ୍ମ ଦେବାର ୭ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ , ପୂର୍ବରୁ ବିଏମ୍‌ସି ନୂଆପଲ୍ଲୀ, ଜୟଦେବବିହାର, ପୁରୁଣା ଭୁବନେଶ୍ବର, ଜାଗମରା ପ୍ରଭୃତି ଅଞ୍ଚଳକୁ ହଟ୍‌ସ୍ପଟ୍‌ ଭାବରେ ଚିହ୍ନଟ କରି ଡେଙ୍ଗୁ ନିବାରଣ କାର୍ଯ୍ୟକ୍ରମ ଚଳାଇଥିଲା। କିନ୍ତୁ ଭିଏସ୍‌ଏସ୍‌ ନଗରର ବାସିନ୍ଦା ଡେଙ୍ଗୁରେ ମୃତ୍ୟୁ ବରଣ କରିବା ପରେ ବିଏମ୍‌ସିର ଅବାକ ହୋଇଯାଇଛି । ଏହି ଅଞ୍ଚଳରେ ଏବେ ସଚେତନତା ସହ ମଶାଧୂଆଁ, ମଶା ଲାର୍ଭା ନଷ୍ଟ କରୁଥିବା ତେଲ ସିଞ୍ଚନ କରିବା ଆରମ୍ଭ କରିଛି।  ୨୪ ଘଣ୍ଟାରେ ୫୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଏବେ ୪୧ ଜଣ ଆକ୍ରାନ୍ତ ରହିଥିବା ବେଳେ କାଲି ନୂଆ ୪ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି।

Related posts

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଦଶମ ଶ୍ରେଣୀ ଝିଅର ମୃତଦେହ, ପୋଲିସର ତଦନ୍ତ ଜାରି

mahabharatanews

ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟୟ

mahabharatanews

କୋଣାର୍କ ଫେଷ୍ଟ ଓ ଆନ୍ତର୍ଜାତୀୟ ବାଲୁକା କଳା ଫେଷ୍ଟ ବାତିଲ

mahabharatanews