ଓଡିଶା

ବିପଦ ସଙ୍କେତ ଉପରେ ବୈତରଣୀ ନଦୀ, ଚିନ୍ତାରେ ତଳିଆ ଅଞ୍ଚଳ ଲୋକେ

(ଭଣ୍ଡାରିପୋଖରୀ) : କାଲିଠୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ରାଜଘାଟ ଓ ଆଖୁଆପଦା ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ପାଣି। ତଳିଆ ଅଞ୍ଚଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଆସିବାକୁ ପରାମର୍ଶ ଦିଆଯାଇଛି।

ସୂଚନାନୁଯାୟୀ ,  ସେପଟେ ଭଣ୍ଡାରିପୋଖରୀରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଭଣ୍ଡାରିପୋଖରୀର ୭ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଛି। ଷୋଳମପୁର, ରହଣିଆ, ମାଳଦା, ନପଙ୍ଗ, କୁରିଗାଁ , ବନ୍ଦୋଳ ମଢ଼ିଆଳି ଓ ଝୁଟଣା ପଞ୍ଚାୟତ ପାଣି ଘେରରେ ଅଛି। ଧାମନଗର ବ୍ଲକ୍‌ର ୧୦ଟି ପଞ୍ଚାୟତକୁ ମଧ୍ୟ ବନ୍ୟା ଜଳ ପ୍ରବେଶ କରୁଛି । ବର୍ଷା ଚାଲିଥିବାରୁ ବୈତରଣୀରେ ବନ୍ୟା ସ୍ଥିତି ଉପୁଜିବା ସହିତ ତଳିଆ ଅଞ୍ଚଳ କ୍ଷତିଗ୍ରସ୍ତ ହେବାର ଅନୁମାନ କରାଯାଉଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କ ରହିବାକୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ସିକନ୍ଦରାବାଦରେ ଭୟାଭୟ ଅଗ୍ନିକାଣ୍ଡ, ଓଡି଼ଆ ଦମ୍ପତ୍ତିଙ୍କ ମୃତ୍ୟୁ

mahabharatanews

ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଉପରେ କଟକଣା ପାଇଁ ଦାବି

mahabharatanews

ଅଟୋ ଦୁର୍ଘଟଣାଗ୍ରସ୍ତ, ୧ ମୃତ

mahabharatanews