ଓଡିଶା

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 

(ପୁରୀ) : ଆସନ୍ତାକାଲି ବସିବା ପାଇଁ ଯାଉଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ସକାଳ ୧୧ ଟା ସମୟରେ ଶ୍ରୀମନ୍ଦିର ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ ,  ପୂର୍ବରୁ ଦୁଇ ଦୁଇ ଥର ବୈଠକ ବସିବା ନିଷ୍ପତ୍ତି ନିଆଯାଇଥିଲା ହେଲେ ବସିପାରିନଥିଲା । ସେହିପରି ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ହେଲେ ଏହି ବୈଠକରେ ବନକଲାଗି ବିଭ୍ରାଟ, ରତ୍ନଭଣ୍ତାର ଖୋଲିବା ପରି ପ୍ରସଙ୍ଗ ବଷୟରେ ଆଲୋଚନା କରାଯିବ ନାହିଁ ବୋଲି ସୂଚନା ରହିଛି । ବନକଲାଗି ନୀତି ସହ ଅନ୍ୟାନ୍ୟ ବିଶେଷ ନୀତି ରହୁଥିବାରୁ ଦର୍ଶନାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗୁରୁବାର ବଦଳରେ ବୁଧବାର ବନକଲାଗି କରିବାକୁ ସମ୍ପୃକ୍ତ ସେବକ ନିଯୋଗକୁ କୁହାଯାଇଥିଲା । ହେଲେ ଦତ୍ତମହାପାତ୍ର ନିଯୋଗ ଗୁରୁବାର ବନକଲାଗି କରିବା ଜିଦରେ ଅଟଳ ରହିଥିଲେ ।

Related posts

ମନି ଲଣ୍ଡରିଂ ମାମଲାରେ ଇଡିର ଗିରଫଦାରୀ ମନମାନୀ ନୁହେଁ: ସୁପ୍ରିମକୋର୍ଟ

mahabharatanews

ତାଳଚେର ଦେଉଳବେଡାରେ ମା ତାରିଣୀଙ୍କ ବାର୍ଷିକ ଉତ୍ସବ

mahabharatanews

ପୁଣି ଜଣେ ପୋଲିସ ଅଧିକାରୀଙ୍କୁ କରୋନା

mahabharatanews