ମନୋରଞ୍ଜନ

ସୀମାଙ୍କୁ ପ୍ରେମ ଉପହାର; ‘କରାଚି ଟୁ ନୋଇଡା’

(ନୋଇଡା) : ଚର୍ଚାରେ ପାକିସ୍ତାନରୁ ଭାରତୀୟ ପ୍ରେମିକ ସଚିନ ପାଇଁ ଦୌଡ଼ି ଆସିଥିବା ସୀମା ହାଇଦର । ପ୍ରେମ ପାଇଁ ନିଜ ସ୍ବାମୀଙ୍କୁ ଛାଡ଼ି ୪ ଜଣ ପିଲାଙ୍କୁ ସାଥୀରେ ଧରି ବେନିୟମ୍‌ ଭାବେ ସୀମା ପାର୍‌ କରି ଭାରତ ପ୍ରବେଶ କରିଥିବା ସୀମା ଲଗାତର ଭାବେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏବେ ତାଙ୍କ ଉପରେ ଏକ ସିନେମା ନିର୍ମାଣ ହେବାକୁ ଯାଉଛି। ସୂଚନା ରହିଛି ଯେ ସଚିନ ଓ ସୀମାଙ୍କ ପ୍ରେମ କାହାଣୀ ଉପରେ ଏକ ସିନେମା ନିର୍ମାଣ ହେବ। ସିନେମାର ନାମ ରହିବ ‘କରାଚି ଟୁ ନୋଇଡା’।

ସୂଚନାନୁଯାୟୀ ,ଆଗାମୀ ସପ୍ତାହରେ ‘କରାଚି ଟୁ ନୋଇଡା’ ସିନେମାର ଥିମ୍‌ ସଙ୍ଗ୍‌ ଲଞ୍ଚ୍‌ କରିବେ। ଆପଣ ଜାଣନ୍ତି ଯେ ପୂର୍ବରୁ ସୀମାଙ୍କୁ ଅମିତ ଜାନୀ ଦେଇଥିବା ଅଫର୍‌କୁ ସେ ଗ୍ରହଣ କରି ସାରିଛନ୍ତି। ଜାଣିବାକୁ ମିଳିଛି ଯେ କହ୍ନେୟା ଲାଲ୍‌ ହତ୍ୟାକାଣ୍ଡ ଉପରେ ଆଧାରିତ ଏକ ଚଳଚ୍ଚିତ୍ରରେ ‘ର’ ଏଜେଣ୍ଟ୍‌ ଭୂମିକାରେ ନଜର ଆସିବେ ସୀମା।

Related posts

ଆଚାରରେ କଙ୍ଗନା ରଣାୱତ

mahabharatanews

‘ବିଗ୍‌ବସ୍‌-୧୭’କୁ ହୋଷ୍ଟ୍‌ କରିବେ ୩ଭାଇ

mahabharatanews

ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ କିଙ୍ଗ ଖାନ 

mahabharatanews