ଓଡିଶା

୧୨ରେ ଆସୁଛି ଏକ ଘୂର୍ଣ୍ଣିବଳୟ

(ଭୁବନେଶ୍ୱର) : ମୌସୁମୀ ନଥିବା ହେତୁ ଏଣୁ ଆସନ୍ତା ୩ ଦିନ ଯାଏ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ଏହି ସମୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ମାଲକାନଗିରି, କୋରାପୁଟ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ କେଉଁଠି କେମିତି ହାଲୁକା ବର୍ଷା ହୋଇପାରେ।

ସୂଚନାନୁଯାୟୀ ,   ଅଗଷ୍ଟ ୧୨ ତାରିଖରେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି ଏହା ଫଳରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ୧୨ ତାରିଖରୁ ୩ ଦିନ ବର୍ଷା ହେବ। ସମୁଦାୟ ବର୍ଷା ୩ ଦିନରେ ୭୫ ମିମିରୁ ଅଧିକ ହୋଇପାରେ। ଅନ୍ୟାନ୍ୟ ସ୍ଥାନରେ ଏହି ୩ ଦିନରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ତେବେ ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ବିହାରରେ ପ୍ରବଳ ବର୍ଷା ହୋଇପାରେ।

Related posts

ସୃଷ୍ଟି ହେଉଛି ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

mahabharatanews

ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ପ୍ରସ୍ତୁତ କଲାଣି ବ୍ଲକ ପ୍ରଶାସନ 

mahabharatanews

ଭୁବନେଶ୍ୱରରୁ ୯୦ କରୋନା ପଜିଟିଭ ଚିହ୍ନଟ

mahabharatanews