ଓଡିଶା

ନବ ଦାସ ହତ୍ୟା ମାମଲା; ଆଜି ଗୋପାଳ ବିରୋଧରେ ଚାର୍ଜଫ୍ରେମ୍ 

(ଭୁବନେଶ୍ୱର) : ଆଜି କୋର୍ଟରେ   ହାଜର ହେବେ ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ । ଝାରସୁଗୁଡ଼ା ଜିଲ୍ଲା ଅତିରିକ୍ତ ଦୌରା ଜଜ୍‌ଙ୍କ କୋର୍ଟରେ ହାଜର ହେବ।  ଆଜି ନବ ଦାସ ହତ୍ୟା ମାମଲାରେ ଗୋପାଳ ବିରୋଧରେ କୋର୍ଟରେ ଚାର୍ଜଫ୍ରେମ୍ ହେବ।

ସୂଚନାନୁଯାୟୀ , ୨୬ ତାରିଖରେ ଗୋପାଳ କୋର୍ଟରେ ହାଜର ହେବା ପରେ ଷ୍ଟେଟ୍ ଡିଫେନ୍ସ କାଉନସିଲ ନରେଶ ନାୟକଙ୍କୁ ତା’ର ଓକିଲ ଭାବେ କୋର୍ଟ ନିଯୁକ୍ତ କରିଥିଲେ। ତେବେ ବୁଧବାରଏହା ପରଠାରୁ ମାମଲାର ଶୁଣାଣି ଆରମ୍ଭ ହେବ। ବୁଧବାର ସକାଳୁ ଗୋପାଳକୁ କଟକ ଜିଲ୍ଲା ଚୌଦ୍ବାର ଜେଲରୁ ଝାରସୁଗୁଡ଼ା ଅଣାଯିବା ପରେ କୋର୍ଟରେ ହାଜର କରାଯିବ।

Related posts

ମାଓବାଦୀଙ୍କ ହିଂସାକାଣ୍ଡ; ଜାଳିଦେଲେ ବିଟ ହାଉସ ସହ ଜେସିବି

mahabharatanews

ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି

mahabharatanews

ହିଞ୍ଜିଳିର ମୁଖ୍ୟ ରାସ୍ତା ପାଲଟିଛି ଗୋଶାଳା

mahabharatanews