ଓଡିଶା

ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ୍ୟୁ 

(ଭଞ୍ଜନଗର) : ଦିନକୁ ଦିନ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଥିବାର ନଜର ଆସୁଛି । ଗାଡି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବନ ବିଭାଗର କର୍ମଚାରୀ ଓ ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଗୁରୁତର ବାଘଟିକୁ ଜଣେ ପୁଲିସ କର୍ମଚାରୀ ବୋତଲରେ ପାଣି ପିଇବାକୁ ଦେବା ପରେ ତୁରନ୍ତ ଉଦ୍ଧାର କରାଯାଇ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନା ନେବା ରାସ୍ତାରେ ବାଘଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ଗାଁ ନିକଟ ମୁଖ୍ୟରାସ୍ତାରୁ ଗୁରୁତର ଭାବେ ଆହତ ହୋଇ ପଡ଼ିଥିବା କଲରାପତରିଆ ବାଘକୁ ଉଦ୍ଧାର କରାଯିବା ପରେ ତାର ମୃତ୍ୟୁ ଘଟିଛି। ବାଘଟିର ବୟସ ୪ରୁ ୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ବାଘର କେମିତି ଦୁର୍ଘଟଣାର ଶିକାର ହେଲା ସେ ଦିଗରେ ତଦନ୍ତ କରୁଛି ବନ ବିଭାଗ।

Related posts

ହରଡ଼ଗଣାରେ ଶୌଚାଳୟ କର୍ମଚାରୀ, ଠିକାସଂସ୍ଥା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ- ସିଏମସି ମେୟର

mahabharatanews

ରାଜ୍ୟରେ କରୋନାର ସ୍ଥିତି ଭଲ ଅଛି

mahabharatanews

ରାଜ୍ୟର ୧୫ଟି ଥାନାକୁ ଶିଶୁ ମିତ୍ର ଥାନା ମାନ୍ୟତା

mahabharatanews