ଓଡିଶା

ଜାତୀୟ ‘ଭୂମି ସମ୍ମାନ’; ୧୯ଟି ଜିଲ୍ଲାକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ 

(ଭୁବନେଶ୍ୱର) :  ଜମି ରେକର୍ଡ ଗୁଡିକର କମ୍ପ୍ୟୁଟରକରଣରେ ଉତ୍କୃଷ୍ଟ ପ୍ରଦର୍ଶନ କରିବା କ୍ଷେତ୍ରରେ ଜାତୀୟ ‘ଭୂମି ସମ୍ମାନ’ ପୁରସ୍କାର ପାଇଥିବା ୧୯ଟି ଜିଲ୍ଲାକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକରଣରେ ଶତ ପ୍ରତିଶତ ସଫଳତା ହାସଲ କରିଥିବାରୁ ଏହି ଜିଲ୍ଲା ଗୁଡ଼ିକ ଜୁଲାଇରେ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଠାରୁ ଭୂମି ସମ୍ମାନ ପୁରସ୍କାର ଗ୍ରହଣ କରିଥିଲେ ।

ସୂଚନାନୁଯାୟୀ , ଓଡିଶାକୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବରେ ସମ୍ମାନଜନକ “ଭୂମି ସମ୍ମାନ” ସମ୍ମାନିତ କରାଯାଇଛି । ଅନୁଗୁଳ, ବୌଦ୍ଧ, ବରଗଡ଼ , ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ମିଳିଛି ଜାତୀୟ ଭୂମି ସମ୍ମାନ ।

Related posts

ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ରଫିକ୍ଙ୍କ ଶପଥ ପାଠ

mahabharatanews

ରଥଯାତ୍ରା : ଆଉ ମାତ୍ର ୩୨ ଦିନ

mahabharatanews

ବସ୍‌-ତେଲ ଟ୍ୟାଙ୍କର ଧକ୍କା; ୧୦ ଆହତ

mahabharatanews