ଓଡିଶା

ଚିନାସାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ବକ୍ତୃତା ପ୍ରତିଯୋଗିତା

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ଼ା ଜିଲ୍ଲା ପକ୍ଷରୁ ଗୁଣୁପୁର ବ୍ଲକ ଚିନାସାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଉପରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଛି। ସଂଘର ସଭାପତି ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣୁପୁର ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଏବଂ ଗୁଣୁପୁର ଥାନା ଅଧିକାରୀ କମଳାକାନ୍ତ ବସନ୍ତ କହଁର  ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ଓ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ବକ୍ତାମାନେ ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ବାର୍ତ୍ତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।

ଘର ସହିତ ବିଦ୍ୟାଳୟ, ଗାଁ ଓ ପରିବେଶକୁ ପରିଷ୍କାର ରଖିବା, ଅଳିଆ ଆବର୍ଜନାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା, ପ୍ଲାଷ୍ଟିକ ବ୍ୟବହାର କମାଇବା ଏବଂ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ପ୍ରତିଯୋଗିତାରେ ୧୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କନିଷ୍ଠ ବିଭାଗରେ ସୁନୀଲ ଶବର ପ୍ରଥମ, ସରୋଜ ଶବର ଦ୍ୱିତୀୟ ଓ ଥାମାସ କେରେପୁଟିଙ୍ଗ ତୃତୀୟ ସ୍ଥାନ ହାସଲ କରିଥିଲେ। ବରିଷ୍ଠ ବିଭାଗରେ କବିତା ଦଣ୍ଡସେନା ପ୍ରଥମ, ମହେନ୍ଦ୍ର ଶବର ଦ୍ୱିତୀୟ ଓ ସମୀର ଶବର ତୃତୀୟ ସ୍ଥାନ ଅଧିକାର କରିଥିଲେ।

Related posts

ସୁକିନ୍ଦାରେ ସର୍ଦ୍ଦାର ପଟେଲଙ୍କ ପାଇଁ ଏକତା ପଦଯାତ୍ରା

mahabharatanews

ଆସନ୍ତୁ ଜାଣିବା ଦୀପାବଳି ସୂର୍ଯ୍ୟପରାଗ ଦିନ କଣ କରିବେ

mahabharatanews

ଗୁଞ୍ଜ ଅନୁଷ୍ଠାନ ପକ୍ଷରୁ ହଲିକ୍ସ ଓ ମାସ୍କ ବଣ୍ଟନ

mahabharatanews