ଓଡିଶା

ପୁଣି ପୋଲିସ ସହାୟତା ଲୋଡିଲେ ରାଜାଘର ସାନ ବୋହୂ 

(ଵଲାଙ୍ଗିର) : ଥାନାରେ ପହଞ୍ଚିଲେ ରାଜାଘର ସାନ ବୋହୂ । ଶ୍ୱଶୁର ଘରୁ ନିଜ ସାମଗ୍ରୀ ନେବା ପାଇଁ ପୋଲିସର ସହାୟତା ଲୋଡିଛନ୍ତି ରାଜାଘର ସାନ ବୋହୂ । ଉଭୟଙ୍କ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଛି । ଡେରାଡୁନ ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି । ଅର୍କେଶ ସିଂଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂଦେଓ ଵଲାଙ୍ଗିର ଟାଉନ ଥାନାରେ ପହଁଚିଛନ୍ତି ।

ସୂଚନାନୁଯାୟୀ ,   ପୂର୍ବରୁ ଅଦ୍ରିଜା ମଞ୍ଜରୀ ସିଂଦେଓ ନିଜ ସ୍ବାମୀ ଅର୍କେଶ ନାରାୟଣ ସିଂଦେଓ, ଶ୍ବଶୁର ଅନଙ୍ଗ ଉଦୟ ସିଂଦେଓ , ଶାଶୁ ଓ ଦେଢଶୂର କଳିକେଶଙ୍କ ନାମରେ ଯୌତୁକ ନିର୍ଯ୍ୟାତନା ଓ ମାରମିଟ୍ ନେଇ ଅଭିଯୋଗ କରିଥିଲେ । ଛାଡପତ୍ର ମାମଲା ଚାଲିଥିବା ବେଳେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଦ୍ରିଜା । ଆଜି ସକାଳୁ ସକାଳୁ ଟାଉନଥାନାରେ ପହଞ୍ଚିଛନ୍ତି ଅଦ୍ରିଜା। ଅପରାହ୍ନ ସାମ୍ବାଦିକ ସମ୍ବିଳନୀ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Related posts

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ..

mahabharatanews

ଓୟୁଏଟି ଭେଟେନ।ରୀ କଲେଜ ଛାତ୍ରଛାତ୍ରୀଙ୍କ ଅନଲାଇନ ପରୀକ୍ଷା ଦାବି

mahabharatanews

ହଟସ୍ପଟ ଅଞ୍ଚଳବାସୀଙ୍କୁ ମାଲକାନଗିରିକୁ ପ୍ରବେଶ ମନା, ବାହାର ରାଜ୍ୟ ଓ ଜିଲ୍ଲାରୁ ଯାତ୍ରୀବାହି ବସର ଅବାଧ ପ୍ରବେଶ

mahabharatanews