ଓଡିଶା

ରାଜ୍ୟରେ ୧୭ ଯାଏ ବର୍ଷା ସମ୍ଭାବନା 

(ଭୁବନେଶ୍ୱର) :  ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ଦେଖାଯାଇଥିବା ବେଳେ ମଧ୍ୟମ ଧରଣର ବର୍ଷା ହୋଇଛି।  ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ହୋଇଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଗଜପତି, ଗଞ୍ଜାମ, ଖୋର୍ଧା, ଢେଙ୍କାନାଳ, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ୧୫ ତାରିଖ ଦିନ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ତେବେ ଏହି ବର୍ଷା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଟାଣି ଆଣିବ ନାହିଁ। ମୌସୁମୀ ଏବେ ରାଜ୍ୟରେ ଦୁର୍ବଳ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ ,  ଆସନ୍ତା ୧୭ ତାରିଖ ଯାଏ ରାଜ୍ୟରେ ଏହିଭଳି ବର୍ଷା ଲାଗି ରହିବ। ଆସନ୍ତାକାଲି ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା ଓ କନ୍ଧମାଳ ଜିଲ୍ଲାର କେତେକ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଣୁ ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

 

 

Related posts

ବସ୍, ରେଳ ଷ୍ଟେସନ, ଦୋକାନ ପୋଡିଲେ ଆନ୍ଦୋଳନକାରୀ

mahabharatanews

କୁଣ୍ଡାବାଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews

ଡମ୍ପର ଧକ୍କାରେ ଶ୍ରମିକ ମୃତ

mahabharatanews