ମନୋରଞ୍ଜନ

‘ଶାହରୁଖ ବଲିଉଡକୁ ନଷ୍ଟ କରି ଦେଇଛନ୍ତି’:ବିବେକ ଅଗ୍ନିହ୍ରୋତୀ 

(ମୁମ୍ବାଇ) : କିଛି ନା କିଛି ପ୍ରସଙ୍ଗକୁ ନେଇ ସବୁବେଳେ ଚର୍ଚାରେ ନିର୍ଦ୍ଦେଶକ ବିବେକ ଅଗ୍ନିହ୍ରୋତୀ । ସେ ଅନେକ ଥର ବଲିଉଡ ସେଲିବ୍ରିଟିଙ୍କୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରି ଥାଆନ୍ତି। ଏଥର ବିବେକ କିଙ୍ଗ ଖାନଙ୍କୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି କି, ‘ ଆପଣ ଜାଣିଛନ୍ତି କି ମୁଁ ଶାହରୁଖଙ୍କ ଜଣେ ବଡ଼ ପ୍ରଶଂସକ। ଶାହରୁଖଙ୍କ ଭଳି କେହି ବି ହୋଇପାରିବେ ନାହିଁ ବୋଲି ମୁଁ ସର୍ବଦା କହିଥାଏ। କିନ୍ତୁ ସେ ବଲିଉଡକୁ ନଷ୍ଟ କରି ଦେଇଛନ୍ତି।

ଆହୁରି କହିଛନ୍ତି ଯେ , ମୋତେ ଶାହରୁଖଙ୍କ ରାଜନୀତି ପସନ୍ଦ ନୁହେଁ। ମୁଁ ସର୍ବଦା ଲୋକଙ୍କ ପାଇଁ ସିନେମା ନିର୍ମ‌ାଣ କରିଥାଏ। କିନ୍ତୁ ସେ ବକ୍ସ ଅଫିସ ଫିଲ୍ମ ତିଆରି କରନ୍ତି। ଯେତେବେଳେ ତାଙ୍କ ସିନେମା ସଫଳ ହୁଏ ତାହା ଶାହରୁଖଙ୍କ ସିନେମା ହୋଇଯାଇଥାଏ। ଏହି କ୍ରମ‌‌ରେ ଯେ‌ତେବେଳେ ମୋର ସିନେମା ସଫଳ ହୁଏ, ‌ତାହା ଲୋକଙ୍କ ସିନେମା ଯାହାକି ସଫଳ ହୋଇଛି ବୋଲି ମୁଁ ଭାବେ, କିନ୍ତୁ ଶାହରୁଖ ସେମିତି କିଛି ଭାବନ୍ତି ନାହିଁ।’

Related posts

 ତୃତୀୟ ବିବାହ କଲେ ଅଙ୍କିତା ଲୋଖଣ୍ଡେ 

mahabharatanews

ବଲିଉଡରେ ଡେବ୍ୟୁ କରିବେ ଉର୍ଫି

mahabharatanews

ତମାଖୁ ବିଜ୍ଞାପନ ନେଇ ମୁହଁ ଖୋଲିଲେ ଅକ୍ଷୟ କୁମାର

mahabharatanews