ଓଡିଶା

ଏଣିକି ପର୍ଯ୍ୟଟଙ୍କ ପାଇଁ ରାତିରେ ଖୋଲା ରହିବ ନନ୍ଦନକାନନ

(ଭୁବନେଶ୍ୱର) : ଏଣିକି ରାତିରେ ନନ୍ଦନକାନନ ବୁଲି ପାରିବେ ପର୍ଯ୍ୟଟକ । ଦିନ ଭଳି ରାତିରେ ନନ୍ଦନକାନନ ବୁଲିବା ସହ ପଶୁପକ୍ଷୀଙ୍କୁ ଦେଖିପାରିବେ । ରାତ୍ରିଚର ଜୀବଙ୍କୁ ଦେଖିବାକୁ ନକ୍ଚରାଲ ଡ୍ରିଲ ସଫାରୀ ବ୍ୟବସ୍ଥା ବି ରହିବ । ଏ ନେଇ ପ୍ଲାନ୍ ପ୍ରସ୍ତୁତ ହୋଇଛି । ସେଣ୍ଟ୍ରାଲ ଜୁ’ ଅଥରିଟିରେ ଦାଖଲ କରାଯାଇଥିବା ମାଷ୍ଟର ପ୍ଲାନରେ ରହିଛି ଏହି ନୂଆ ବ୍ୟବସ୍ଥା ।

ସୂଚନାନୁଯାୟୀ , ଦିନ ଭଳି ରାତିରେ ମଧ୍ୟ ଭରପୁର ମଜା ଉଠାଇବା ସହ ପ୍ରାଣୀ ଉଦ୍ୟାନରେ ବୁଲିପାରିବେ ପର୍ଯ୍ୟଟକ । ମାଷ୍ଟର ପ୍ଲାନରେ ନନ୍ଦନକାନନ କଳେବର ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ରହିଛି । କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ଜଙ୍ଗଲକୁ ମିଶାଇ ମୋଟ ୧୦୪୩ ହେକ୍ଟରକୁ ନନ୍ଦନକାନନ ବିସ୍ତାର କରାଯିବାର ଯୋଜନା ରହିଛି । କେନ୍ଦ୍ରୀୟ ଚିଡ଼ିଆଖାନ କର୍ତ୍ତୃପକ୍ଷ (ସିଜେଏ) ନନ୍ଦନକାନନକୁ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି । ଉକ୍ତ ମାଷ୍ଟର ପ୍ଲାନରେ ନନ୍ଦନକାନନର ନବକଳେବର ବୃଦ୍ଧି ପାଇଁ ପ୍ରସ୍ତାବ ରହିଛି । ଆଗକୁ ରାତିରେ ବି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ । ଫଳରେ ଦିନ ବେଳା ଭଳି ରାତିରେ ମଧ୍ୟ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ବୁଲି ମଜା ଉଠାଇ ପାରିବେ ।

Related posts

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

mahabharatanews

କୃଷି କାର୍ୟ୍ୟାଳୟରେ ରାସାୟନିକ ବିଶୋଧକ ସିଞ୍ଚନ

mahabharatanews

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଛି ; ୩୨୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews