ଓଡିଶା

ସେନା ଗୁଳିରେ ଜଣେ ମାଓବାଦୀ ମୃତ

(ନବରଙ୍ଗପୁର) : ସେନା ଗୁଳିରେ ଟଳିଲେ ଜଣେ ମାଓବାଦୀ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ଛତିଶଗଡ଼ ଅନ୍ତର୍ଗତ ବୋରେଇ ଥାନା ଅଂଚଳର ଏକବାରି ଜଙ୍ଗଲରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ  କରିଥିବା ସ୍ପଷ୍ଟ ହୋଇଛି ।

ସୂଚନାନୁଯାୟୀ , ସ୍ଥାନୀୟ କୁନ୍ଦେଇ ଥାନା ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳ ବୋରାଇ ଥାନା। ଏହି ଥାନା ଅନ୍ତର୍ଗତ ଏକବାରୀ ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ପୁଲିସ ସୂଚନା ପାଇବା ପରେ ଗତକାଲି ରାତିରେ ଧମତରୀ ଓ ଗାରିଆବନ୍ଦ ଜିଲ୍ଲା ରିଜର୍ଭ ପୁଲିସର ମିଳିତ ସର୍ଚ ଅପରେସନ୍ ହୋଇଥିଲା ନକ୍ସଲ ୟୁନିଫର୍ମ୍ ରେ ମିଳିଥିବା ମୃତଦେହ ସହିତ ମାଓ ସାମଗ୍ରୀ ଓ କିଛି ଅସ୍ତ୍ରଶସ୍ତ୍ର ଘଟଣା ସ୍ଥଳରୁ ପୁଲିସ ଜବତ କରିଥିବା ଜଣାପଡିଛି।

Related posts

ଏପ୍ରିଲ-ଜୁନ ମାସ ଫି ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଘରୋଇ ଶିକ୍ଷାନୁଷ୍ଠାନକୁ ଅପିଲ

mahabharatanews

୪ ମାସରେ ୮୦୨୭ ଲୋକଙ୍କୁ ହସ୍ପିଟାଲ ନେବାରେ ସାହାଯ୍ୟ କରାଯାଇଛି

mahabharatanews

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

mahabharatanews