ଓଡିଶା

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପଞ୍ଚଭୂତରେ ଲୀନ ହେବେ ଡକ୍ଟର ଜୟନ୍ତ ମହାପାତ୍ର

(ଭୁବନେଶ୍ୱର) : ପ୍ରଖ୍ୟାତ ସାହିତ୍ୟିକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ଆଜି ମଧ୍ୟାହ୍ନ ୧୨ଟାରେ କରାଯିବ। ଖାନନଗର  ବିଦ୍ୟୁତ୍ ଚୁଲାରେ ତାଙ୍କର ସତ୍କାର ହେବ। ନିଜର ଶେଷ ଇଚ୍ଛାପତ୍ରରେ ତାଙ୍କର ମୃତଦେହ ଖାନନଗର ଶ୍ମଶାନ ବିଦ୍ୟୁତ୍ ଚୁଲାରେ ସତ୍କାର ହେବ ବୋଲି ଉଲ୍ଲେଖ କରିଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ୯୫ ବର୍ଷରେ ଅନ୍ତର୍ଜାତିକ ଖ୍ୟାତିସଂପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।  କେବଳ ରାଜ୍ୟରେ ନୁହେଁ ଦେଶ ନୁହେଁ ବିଶ୍ବର ସାହିତ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

 

 

Related posts

ଅଜଣା ଜନ୍ତୁ ଆକ୍ରମଣ ଭୟରେ ଯାଜପୁର

mahabharatanews

ଆସନ୍ତା ୧୦ ଯାଏ ରାଜ୍ୟରେ ବର୍ଷା ଜାରି 

mahabharatanews

ପିଲାଙ୍କୁ ଉଦ୍ଧାର ପାଇଁ ଛକ, ବଜାରରେ ଲାଗିଲା ପୋଷ୍ଟର

mahabharatanews