ଓଡିଶା

ସନ୍ଧ୍ୟାରେ ବର୍ଷା ସମ୍ଭାବନା, ଘରୁ ନ ବାହାରିବାକୁ ପରାମର୍ଶ

(ଭୁବନେଶ୍ୱର): ରାଜ୍ୟରେ ଶୁକ୍ରବାର ସନ୍ଧ୍ୟାସୁଦ୍ଧା ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ୪ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି । ଏ ନେଇ ୟେଲୋ ୱାର୍ଣ୍ଣି ଜାରିକରିଛି ପାଣିପାଗ ବିଭାଗ ।

ଶୁକ୍ରବାର ଅପରାହ୍ନ ୫  ଟା ୪୦ ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହା ସହ ଘଡଘଡି ଏବଂ ବିଜୁଳି ମାରିବାର ସମ୍ଭାବନା ରହିଛି । ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଖୋର୍ଦ୍ଧା ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ୱର, ଝାରସୁଗୁଡା, ଦେବଗଡ, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ କନ୍ଧମାଳ ଏବଂ ବରଗଡ ଜିଲ୍ଲାରେ ମଧ୍ୟ ସନ୍ଧ୍ୟାରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ପାଣିପାଗକୁ ଦୃଷ୍ଟିରେ ରଖି ଘରୁ ନ ବାହାରିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି ।

Related posts

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews

ରାଥିବାଲି ଜଳପ୍ରପାତରେ ଅଘଟଣ, ନୂଆ ବର୍ଷ ବୁଲିବାକୁ ଯାଇ ଖସିଗଲା ଗୋଡ଼, ଜଣେ ମୃତ୍ୟୁ

mahabharatanews

ରାଜ୍ୟ ବାହାରକୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜବତ କଲା ପୋଲିସ

mahabharatanews