(ଭୁବନେଶ୍ୱର) : ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ଓଡିଶା ଗସ୍ତରେ ଆସିଛନ୍ତି ନିର୍ବାଚନ ଆୟୋଗଙ୍କ ଟିମ୍ । ଆଜି ଜିଲ୍ଲାପାଳ ମାନଙ୍କ ସହ ବୈଠକ କରିବ ଟିମ । ଆଉ ଆଲୋଚନା ପରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିପାରେ । ତେବେ ନିର୍ବାଚନ ଆଗୁଆ ହେବ କି ନାହିଁ ସେ ନେଇ ଏଯାଏଁ ଦ୍ଵନ୍ଦ ସ୍ପଷ୍ଟ ହୋଇ ନାହିଁ ।
ସୂଚନାନୁଯାୟୀ, ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଏକ ଟିମ୍ । ଭୁବନେଶ୍ୱର ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଏହି ଟିମ୍ ଯୋଗଦେବ । ନିର୍ବାଚନ ଆୟୋଗଙ୍କ ଟିମ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିିବେ । ଏହି ବୈଠକରେ ଭୋଟର ତାଲିକା ପ୍ରସ୍ତୁତି ନେଇ ଆଲୋଚନା ହେବ । ସେହିପରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ଚର୍ଚ୍ଚା ହେବ ।
